ଲଗାଣ ବର୍ଷା ଯୋଗୁଁ ସ୍କୁଲ ପରିସରରେ କୃତ୍ରିମ ବନ୍ୟା , ଆଣ୍ଠୁଏ ପାଣି ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀ ଛାତ୍ରୀ


କଣ୍ଟାମାଳ : (ମନଧରକର୍ମୀ)ରାଜ୍ୟ ସରକାର ଉନ୍ନତ ମାନର ଶିକ୍ଷାଦାନ ପାଇଁ ଅନେକ ଯୋଜନା କରି ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ବିଦ୍ୟାଳୟ ଗୁଡ଼ିକୁ ୫ଟିରେ ରୂପାନ୍ତରଣ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ବି ଅନେକ ସ୍କୁଲ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏଭଳି ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚIୟତର ପୋଡାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ।ଏହି ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସହ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ରହିଛି । ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଆଜି ସ୍କୁଲ ପରିସରରେ ଆଣ୍ଠୁଏ ପାଣି ଜମି ରହିଛି । ଅଞ୍ଚଳରେ ଗତ ୨ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଜଳ ନିଷ୍କାସନ ହୋଇ ନ ପାରି ସ୍କୁଲ ପରିସରରେ ପାଣି ଜମି ରହିଥିବା ଜଣାପଡିଛି । ଆଜି ଛୋଟଛୋଟ ପିଲା ମାନେ ଆଣ୍ଠୁଏ ପାଣିରେ ପାର ହୋଇ ଯାଉଥିବା ବେଳେ ଛାତ୍ର ଛାତ୍ରୀ ମାନେ ସ୍କୁଲ କୁ ଆସିବା ବେଳେ ଆଣ୍ଠୁଏ ପାଣିରେ ପାର ହୋଇ ଆସିବାକୁ ପଡୁଥିବା ବେଳେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।


କୁନି ଛୁଆ ମାନଙ୍କ ସହ ଛାତ୍ରଛାତ୍ରୀ ମାନେ ପାର ହେଉଥିବା ବେଳେ ଅନେକଙ୍କ ପ୍ୟାଣ୍ଟ୍ ସାର୍ଟ ସହ ବହିପତ୍ର ଭିଜି ଯାଇଥିବା ବେଳେ ବିପଦଶଙ୍କୁଳ ଅବସ୍ଥାରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଏଭଳି ଅବ୍ୟବସ୍ଥାକୁ ଦେଖି ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ବିଦ୍ୟାଳୟ ପରିସରରେ ଏତେ ବର୍ଷା ଜଳ ଜମି ଯାଇଛି । ସତେ ଯେମିତି ଏକ ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ସୂଚନା ଥାଉ କି ସ୍କୁଲ ନିକଟରେ ଏକ ନାଳ ଥିବାରୁ ବର୍ଷା ଜଳ ଉକ୍ତ ନାଳ ଦେଇ ନିଷ୍କାସିତ ହେଉଥିଲା । ହେଲେ ଜଣେ ବ୍ୟକ୍ତି ଉକ୍ତ ନାଳକୁ ଯେସିବୀ ସାହାଯ୍ୟରେ ପୋତି ଦେଇଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଏଭଳି ପରିସ୍ଥିତି ଦେଖା ଦେଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Post a Comment

Previous Post Next Post