ନୂଆପଡ଼ା ୨୩/୭ (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସର ରେ ଅନୁଷ୍ଠାନ ର ଏକ ଜରୁରୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଜିତେନ୍ଦ୍ରନାଥ ପଟନାୟକ ଙ୍କ ସଭାପତିତ୍ୱ ରେ ପ୍ରଥମେ ବିଶେଷ କରି ଗତ ଜୁନ ମାସରେ ଅନୁଷ୍ଠାନ ବାର୍ଷିକ ଉତ୍ସବ ପାଳନ ର ଆୟବ୍ୟୟ ସହ ବାର୍ଷିକ ବିବରଣୀ ଉପସ୍ଥାପନା କରାଯାଇଥିଲା । ପରେ ଅନୁଷ୍ଠାନ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଏଥିସହ ଖଡ଼ିଆଳ ଅଞ୍ଚଳ ର କଳାର ବିକାଶ ସହ ଲୋକପ୍ରତିଭା ଲୋକଲୋଚନ ଏବଂ ପ୍ରୋତ୍ସାହନ ଦେବା ପାଇଁ ଅନୁଷ୍ଠାନ ପକ୍ଷ ରୁ ଇଛୁକ ଛାତ୍ର ଛାତ୍ରୀ ଙ୍କୁ ଆସନ୍ତା ବର୍ଷ ଠାରୁ ସଂଗୀତ. ଏବଂ ସମ୍ବଲପୁରୀ ନୃତ୍ୟ ସହ ନାଟକ ଶିକ୍ଷା ଦିଆଯିବ ପାଇଁ ଏକ ସଂଗୀତ ଏବଂ ନାଟକ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷାନୁସ୍ଥାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଅନୁଷ୍ଠାନ ର ସମ୍ପାଦକ ସୋମନାଥ ଜଗତ, ପବିତ୍ର ପ୍ରଧାନ, ସୁନୀଲ ସାହୁ, ଭୋଦେବ ସାହୁ, ରାଜକପୁର ବାରିକ, ଶାନ୍ତନୁ ପଣ୍ଡା, ବିମଳ ସିଂ ଦଳପତି,ବବ୍ରୁବାହାନ ବର୍ମା, ଗଙ୍ଗାଧର ମହାନ୍ତି, ଜାବେଦ ଖାନ, ବିଭୁତି ବିଶି, ଅଶୋଳ ବାରିକ. ଆଦିତ୍ୟ ପାଣିଗ୍ରାହୀ, ପିୟୁଷ ପଣ୍ଡା, ଗୋବିନ୍ଦ ପଣ୍ଡା,ରାମରତନ ସାହୁ, ପୁର୍ଣ୍ୟତୋଷ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ବୈଠକ
ଆଜତକ ଓଡ଼ିଶା
0
Post a Comment