ରାଷ୍ଟ୍ରୀୟ ସୟଂସେବକ ସଂଘ ପକ୍ଷରୁ ସମାନ ନାଗରୀକ ସଂହିତା ଉପରେ ଅଲୋଚନା ଚକ୍ର ଅନୁଷ୍ଠିତ


ଜଳେଶ୍ୱର, ୦୯ ।୦୭ (ଜଗନ୍ନାଥ ଗୋଛାୟତ) ରାଷ୍ଟ୍ରୀୟ ସୟଂସେବକ ସଂଘ ଜଳେଶ୍ୱର ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଶୀର୍ଷକ ସମାନ ନାଗରୀକ ସଂହିତା, ଜଳେଶ୍ୱର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ୯ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ଚାଳକ ସଦସ୍ୟ ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଆଇନଜୀବି ଚିନ୍ମୟ କୁମାର ଦାସ ଯୋଗଦେଇ ଭାରତ ବର୍ଷରେ ସମାନ ନାଗରୀକ ସଂହିତାର ଆବଶ୍ୟକତା ତଥା ଏହାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସୟଂସେବକ ସଂଘର ପୂର୍ବ ପ୍ରାନ୍ତର ସଂପର୍କ ପ୍ରମୁଖ ତଥା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ସର୍ବେଶ୍ୱର ବେହେରା ନିଜ ବକ୍ତବ୍ୟରେ ଭାରତ ସ୍ୱାଧୀନତାର ୭୫ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବର୍ତମାନ ସୁଦ୍ଧା ଦେଶର ସମ୍ବଧାନର ମୁଖବନ୍ଧରେ ଲେଖାଥିବା ସମସ୍ତଙ୍କର ସମାନ ଅଧିକାର, ସମସ୍ତଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ଦେଶରେ ବସବାସ କରୁଥିବା ଜନସାଧାରଣ ସମସ୍ତେ ଆଇନ ଦୃଷ୍ଟିରୁ ସମାନ ହୋଇ ନ ପାରିବା ଦୁଃଖଦ ବିଷୟ ବୋଲି କହିବା ସହିତ ସବୁ ଧର୍ମର ଲୋକଙ୍କ ପାଇଁ ସମାନ ନ୍ୟାୟିକ ବ୍ୟବସ୍ଥା ହେଉ ବୋଲି ମତ ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ଆଇନଜିବୀ ରାମଚନ୍ଦ୍ର ଜେନା, ଶିକ୍ଷାବିତ୍ ଜିତାରାମ ଦେ, ଶ୍ୟାମା ଚରଣ ଦାସ, ଅରୂପ ଜେନା, ଗିରିଶ ଚନ୍ଦ୍ର ପାଣିଗ୍ରାହୀ, କପିଳେଶ୍ୱର ମହାନ୍ତି, ଅଜିତ କୁମାର ମହାନ୍ତି, ରାମଚନ୍ଦ୍ର ସାହୁ, ସମୀର ପାତ୍ର, ଶିଦ୍ଧାର୍ଥ ପାଳ, ଅରୁଣ ବେଜ,ଦିବ୍ୟକାମ ମହାନ୍ତି, ପ୍ରାଣକୃଷ୍ଣ ଗିରି, ବନମାଳୀ ଧଳ ପ୍ରମୁଖ ବହୁ ବୁଦ୍ଧିଜୀବୀ ଆଲୋଚନାରେ ଅଂଶ ଗ୍ରହଣ କରି ନିଜନିଜର ମତ ରଖିବା ସହିତ ସମାନ ନାଗରୀକ ସଂହିତା ଆଇନରେ ପରିଣତ ହେବା ସପକ୍ଷରେ ମତ ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ଜଳେଶ୍ୱର ଅଂଚଳର ବହୁ ବୁଦ୍ଧିଜୀବୀ, ଅଧ୍ୟାପକ, ଆଇନଜୀବୀ, ବ୍ୟବସାୟୀ ଓ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Post a Comment

Previous Post Next Post