ବିଜେପିର ମହା ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ


ଜଳେଶ୍ୱର, ୧୦।୦୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ଶାସନ କାର୍ଯ୍ୟ ପୂର୍ତି ଉପଲକ୍ଷେ ସେବା ଓ ସୁଶାସନ ଦିବସ ଜଳେଶ୍ୱର ବ୍ଲକ ସୁଗୋ ଗ୍ରାମପଂଚାୟତରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଏକ ମହା ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ବିଜେପିର ଯୁବନେତା ଦିବ୍ୟକାମ ମହାନ୍ତିଙ୍କ ନେତୃତ୍ୱରେ ସୁଗୋ ଗ୍ରାମର ସମସ୍ତ ଘରକୁ ଘର ବୁଲି ଲୋକମାନଙ୍କୁ ମୋଦୀଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ତାର ସଫଳତା ବିଷୟରେ ବୁଝାଇଥିଲେ । ଶେଷରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ସେଥିରେ ପୂର୍ବତନ ବ୍ଲକ ସଭାପତି ଅଭିଜିତ ପ୍ରଧାନ, ମନୋଜ ସାସମଲ, ପ୍ରଣବ ପଣ୍ଡା, ପ୍ରତାପ ସେନାପତି, ସିଦେ୍ଧଶ୍ୱର ପଣ୍ଡା, ସଂଜୀବ ରାଉତ ତଥା ସ୍ୱପ୍ନେଶ୍ୱର ମଣ୍ଡଳର ବହୁ କର୍ମୀ ଯୋଗଦେଇଥିଲେ ।

Post a Comment

Previous Post Next Post