ବ୍ଲକ ଅଧ୍ୟକ୍ଷଙ୍କ ମହାନତା ୮୬୭ ଅଭିଯୋଗ ରୁ ୧୭୦ ଟି ଅଭିଯୋଗ ର ତୁରନ୍ତ ସମାଧାନ


ଭବାନୀପାଟଣା ୧୦/୭ (ଶ୍ୟାମସୁନ୍ଦର ମାଝୀ) ରାଜ୍ୟ ଓ କେନ୍ଦ୍ର ସରକାର ଜନତା ଙ୍କ ପାଇଁ ବିଭିନ୍ନ ଲୋକାଭିମୁଖି ଯୋଜନା କରିଥିବା ବେଳେ ତାର ସୁଯୋଗ ଜନତା କେମିତି ସହଜ ଭାବରେ ପାଇପାରିବେ ତାର ଲକ୍ଷ୍ୟ ରଖି ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଧରି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଜନତାଙ୍କ ଦ୍ବାର ମୁହଁରେ ସେବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଆଜି ବଡଚେରଗାଁ ଗ୍ରାମ ପଞ୍ଚାୟତ ର ୧୨ ଟି ୱାର୍ଡ ଗର୍ଗାବ,କର୍ଲା,ଫଟାମୁଣ୍ଡା,ଗୁଣ୍ଡ୍ରି ଓ ବଡଚେରଗାଁ ସମେତ ପାଞ୍ଚ ଟି ଗାଁ କୁ ଯାଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଯଥା ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ଭତ୍ତା ୧୨୭ ରୁ ୭୦ ଟି ସମାଧାନ,ପିଇବା ପାଣି ୮ ଟି ଅଭିଯୋଗ ରୁ ୨ ଟି ସମାଧାନ, ତହସିଲ ସମ୍ବନ୍ଧୀୟ ୬୦ ଅଭିଯୋଗ ରୁ ୪୦ ସମାଧାନ, ଆବାସ ଗୃହ ସମସ୍ୟା ୩୫୦ ଟି ରୁ ୫ ଟି ସମାଧାନ ,ପିଡିଏସ ଚାଉଳ ୯୦ ଟି ଅଭିଯୋଗ ରୁ ୫ ଟି ସମାଧାନ, ନରେଗା ଯୋଜନା ର ୮୭ ରୁ ୭ ଟି ସମାଧନ ,ବିଦ୍ୟୁତ ବିଭାଗର ୪୦ ଅଭିଯୋଗ,ସ୍ବାସ୍ଥ୍ୟ ବିଭାଗରୁ ୫୦ ଅଭିଯୋଗ ରୁ ୩୦ ଟି ସମାଧାନ,ମିଶନ ଶକ୍ତି ବିଭାଗରୁ ୧୦ ଟି ଅଭିଯୋଗ,ବନ ବିଭାଗରୁ ୧୦ ଟି ଅଭିଯୋଗ, ସମନ୍ବିତ ଶିଶୁ ବିକାଶ ରୁ ୫ ଅଭିଯୋଗ ରୁ ୧ ଟି ସମାଧାନ,ନରେଗା ଯୋଜନାରୁ ୮୭ ରୁ ୭ ସମାଧାନ,କୃଷି ବିଭାଗରୁ ୨୦ ଟି ଅଭିଯୋଗ,ପ୍ରାଣୀ ଚିକିସ୍ରା ବିଭାଗରୁ ୧୦ ଟି ଅଭିଯୋଗ ରୁ ୧୦ ସମାଧାନ, ସମୁଦାୟ ୮୬୭ ଗୋଟି ଅଭିଯୋଗ ରୁ ୧୭୦ ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ପ୍ରତି ସୋମବାର ଦିନ ବ୍ଲକ ର ପ୍ରତି ଗ୍ରାମ ପଞ୍ଚାୟତ ର ସମସ୍ତ ଗାଁ ରେ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଡିଓ ଶ୍ରୀଧର ପଣ୍ଡା,ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହ୍ନତ ଓ କିରାଣୀ ଚନ୍ଦନ ବିହାରୀ, ଆବାସ ଯୋଜନା ରୁ ଦିନେଶ ପାନକା,ଜଳ ଓ ପରିମଳ ରୁ ରୀତା ରାଣୀ କିଷାନ,ସରପଞ୍ଚ ମୀନା ମଞୁରୀ ସା ଓ ସମିତି ସଭ୍ୟାଙ୍କ ପ୍ରତିନିଧି ଦେବରାଜ ମହାନ୍ତି, ପିଇଓ ଯୁଧିଷ୍ଟି ଗହିର , ବଡଚେରଗାଁ ମହିଳା ପରିଦର୍ଶିକା ଚନ୍ଦ୍ରିକା ଦୁର୍ଗା, ବଡଚେରଗାଁ ରାଜସ୍ବ ନିରୀକ୍ଷକ ସନାତନ ମାଝୀ , ସ୍ବାସ୍ଥ୍ୟ ବିଭାଗରୁ ଡ.କୃଷ୍ନ ମୋହନ ପାତ୍ର,ପ୍ରାଣୀ ଚିକିସ୍ରାଳୟ ବିଭାଗରୁ ନେତ୍ର ପ୍ରକାଶ ଭାରତୀ, କନିଷ୍ଠ ଯନ୍ତ୍ରୀ ରେଙ୍ଗୋ ନାଏକ,ଯୋଗାଣ ସହାୟକ ଜୟନ୍ତ ପ୍ରଧାନ, ସମେତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ।

Post a Comment

Previous Post Next Post