ଆନ୍ତର୍ଜାତୀୟ ଆଲମ୍ପିଆଡ ପରୀକ୍ଷା ରେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ଛାତ୍ରଙ୍କ ସଫଳତା


ବାଲେଶ୍ୱର,୨୪/୭ (ଲକ୍ଷ୍ମୀଧର ବାରିକ) ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ ଆଲମ୍ପିଆଡ ପରୀକ୍ଷା ଶିକ୍ଷା ବର୍ଷ ୨୦୨୨-୨୩ ର ଫଳାଫଳ ରେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ର ୬ଷ୍ଠ ଶ୍ରେଣୀର ଛାତ୍ର ଦିବ୍ୟଜ୍ୟୋତି ରାଉତ ବିଜ୍ଞାନ ଓ ଇଂରାଜୀ ବିଭାଗ ରେ ୮୨% ମାର୍କ ରଖି ବିଦ୍ୟାଳୟ ରେ ପ୍ରଥମ ହେବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ କୃତିତ୍ଵ ଅର୍ଜନ କରିଛନ୍ତି।ତାଙ୍କୁ ମାନପତ୍ର ସହିତ ଗୋଲ୍ଡ ମେଡାଲ ଦ୍ବାରା ଭାରତୀୟ ଅଲମ୍ପିଆଡ ସଂଗଠନ ସମ୍ମାନିତ କରିଛନ୍ତି। ସେଥିପାଇଁ ବିଦ୍ୟାଳୟର ଅଧକ୍ଷ ସୁଧାଂଶୁ ଶେଖର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶୁଭେଛା ଜଣାଇଛନ୍ତି। ଦିବ୍ୟଜ୍ୟୋତି ରାଉତ ଜଣେ ମେଧାବୀ ଛାତ୍ର। ସେ ଫକୀର ମୋହନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ତର ସନ୍ତୋଷ କୁମାର ରାଉତଙ୍କ ସୁପୁତ୍ର ଅଟନ୍ତି।

Post a Comment

Previous Post Next Post