ଦଳିତ ପଡା ରାସ୍ତାରେ ଆଣ୍ଠୁଏ ପାଣି


ନୂଆପଡ଼ା ୨୪/୭ (ପରମେଶ୍ବର ମେହେର) ଖଡ଼ିଆଳ ବ୍ଲକ ଦୋହେଲ ପଡା ଗ୍ରାମର ଦଳିତ ପଡାର ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି।ଫଳରେ ପଡା ବାସୀ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି।ବିଶେଷ କରି ବର୍ଷା ଦିନରେ ରାସ୍ତା ସାରା ପାଣି ଭର୍ତ୍ତି ହେବା ସହ ଘର ସବୁରେ ପାଣି ପଶି ଯାଉଛି।ଅନେକ ପରିବାର ରାସ୍ତା ଅକ୍ତିଆର କରିଥିବାରୁ ଏହି ଅସୁବିଧା ହୋଇଥିବା ଲୋକେ କହୁଛନ୍ତି।ପାଣି ପାଇଁ ଲୋକେ ଯିବା ଆସିବାରେ ଅସୁବିଧା ଭୋଗ କରୁଛନ୍ତି।ଛୋଟ ଛୋଟ ଛୁଆ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ଅନେକ ସମୟରେ ପଡି ଯାଉଥିବା ଲୋକେ ଅଭିଯୋଗ କରୁଛନ୍ତି।ବର୍ଷା ଛାଡିଲେ କାଦୁଅ ପଙ୍କ ଭର୍ତ୍ତି ହୋଇ ରହୁଛି ଓ ଦୁର୍ଗନ୍ଧ ସୃଷ୍ଟି ହେଉଛି ବୋଲି ଲୋକେ କହୁଛନ୍ତି।ଏପରିକି ମଶା ମାଛି ବୃଦ୍ଧି ଯୋଗୁ ବଞ୍ଚିବା କଷ୍ଟକର ହୋଇ ପଡୁଛି।ଏଣୁ ଅତିଶୀଘ୍ର ରାସ୍ତା ନିର୍ମାଣ ପାଇଁ ପଡା ବାସୀ ଦାବି କରିଛନ୍ତି।ଏନେଇ ଦୋହେଲ ପଡା ସରପଞ୍ଚ ଦୀପିକା ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି କିଛିମାସ ତଳେ ପଡାରେ ଏକ କଂକ୍ରିଟ ରାସ୍ତା ତିଆରି ହୋଇଥିଲା।ପାଣି ଯିବା ପାଇଁ ଏକ ପୁଲିଆରେ ବ୍ୟବସ୍ଥା କରାଯାଇଥିଲା।କିନ୍ତୁ ଗୋଟିଏ ପରିବାର ପାଣି ଯିବା ପଟରେ ଘର କରି ଦେଇଥିଲେ।ଆଉ ଗୋଟିଏ ପରିବାର ନିଜ ଜମିକୁ ପାଣି ଯାଉଛି ଅଭିଯୋଗ କରି ପୁଲିଆ କୁ ବନ୍ଦ କରି ଦେଇଛନ୍ତି, ଏଣୁ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ଜମା ରହିଛି।ଡିମାରକେସନ କଲା ପରେ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Post a Comment

Previous Post Next Post