ଫାଙ୍କା ପଡିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର


ଜଳେଶ୍ବର,୨୮/୭(ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଖୁଆଡ ଏବଂ ଶ୍ୟାମ ନଗର ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ପଂଚାୟତ। ତେଣୁ ଏଠାକାର ଲୋକେ ସାଧାରଣତ ପଶୁ ଏବଂ ପକ୍ଷୀ ରଖି ସେମାନେ ତାଙ୍କର ଜୀବିକା ନିର୍ବାହ କରିଥାନ୍ତି। କିନ୍ତୁ ଦୀର୍ଘ ବର୍ଷେ ହେବାକୁ ବସିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ପ୍ରାଣୀ ବିଭାଗର ପ୍ରାଣୀ ଚିକିତ୍ସକ କିମ୍ବା ପିଅନ ଟିଏ ମଧ୍ଯ ଦେଇ ପାରିଲେ ନାହିଁ ବାଲେଶ୍ବରର ପ୍ରାଣୀ ବିଭାଗ। ଯାହା ଫଳରେ ଲୋକେ କୁକୁଡ଼ା, ଛେଳି ଏବଂ ଗୋରୁ, ମଇଁଷି, ମେଣ୍ଢା ରଖିବା ପାଇଁ ଡରିଲେଣି । କାରଣ ପଶୁ କିମ୍ବା ପକ୍ଷୀଙ୍କ ଦେହ ଖରାପ ହେଲେ କିଏ ହେବ ସାହା ଭରଷା । ତେଣୁ ଲୋକେ ପଶୁ ପକ୍ଷୀ ବିକିବା ଆରମ୍ଭ କଲେଣି। ଏ ନେଇ ଖୁଆଡ ଏବଂ ଶ୍ୟାମନଗର ବସି ଭୟରେ ଏବଂ ଆଶା ଆଶଙ୍କାରେ କାଳତିପାତ କରୁଛନ୍ତି। ଏ ନେଇ ଖୁଆଡ ଏବଂ ଶ୍ୟାମନଗର ବାସୀ ବାରମ୍ବାର ଜଳେଶ୍ଵରର ବ୍ଲକ୍ ପ୍ରାଣୀ ଅଧିକାରିଣୀ ଏବଂ ବାଲେଶ୍ବର ଜିଲ୍ଲା ଚିକିତ୍ସକଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ। ଏବଂ ତାର ପ୍ରତି ଉତ୍ତର ମିଳିଛି କି ଆସନ୍ତା ଦୁଇଦିନ ଏବଂ ପାଞ୍ଚ ଦିନ ଏବଂ ଆଠଦିନ ମଧ୍ୟ ରେ ମିଳିଯିବ ବୋଲି ପ୍ରତିଶ୍ରୁତି ମିଳିଛି। କିନ୍ତୁ ଏଠାରେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏ ନେଇ ଆମେ ବାଲେଶ୍ବରର ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବନମାଳୀ ସାହୁ ଯୋଗ ଯୋଗ କରୁଥିଲୁ ସେ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ କି ସାତ ଦିନ ମଧ୍ୟ ରେ ଏହାର ବ୍ୟବସ୍ଥା କରାଯିବ।

Post a Comment

Previous Post Next Post