ଗୋଲାମୁଣ୍ଡା ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭବାନୀପାଟଣା ୧୧/୦୭ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୋଲିସ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଓ ବିଶ୍ରାମ ଗାର ନିକଟରେ ପଡି ରହିଥିବା ଅଳିଆ ଆବର୍ଜନା ଗୁଡିକ କୁ ପରିଷ୍କାର କରାଯାବା ସହିତ ଘାସ ଚଚ୍ଛାଯାଇଥିଲା । ଆୟୋଜିତ ସଫେଇ କାଯ୍ୟକ୍ରମ ରେ ଅତିଥି ଗୋଲାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ରମଣୀ ରଞ୍ଜନ ଦଳେଇ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ପ୍ଲାଟୁନ କମାଣ୍ଡର ପ୍ରଭାତ କୁମାର ନାଏକ ,ହାବିଲଦାର ଆଦିତ୍ୟ ପ୍ରଧାନ,ସୁକାନ୍ତ କୁମାର ବରାଇ ଏବଂ ପ୍ଲାଟୁନ ର ସମସ୍ତ ହୋମଗାଡ଼ ବିକାସ ପଣ୍ଡା, ସଚିନ ଅଗ୍ରୱାଲ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।ପରିବେଶ ପ୍ରତି ଧ୍ୟାନ ଦେବା ଓ ପ୍ଲାଷ୍ଟିକ ବର୍ଜନ କରିବା ଘର ଠୁ ଗାଁ ରୁ ସହର କେମିତି ସ୍ୱଚ୍ଛତା ରହିବ ତାବିଷୟରେ ସଚେତନ କରାଇଥୀଳେ । ବାହାରେ ଅଳିଆ ଆବର୍ଜ୍ଜନା କୁ ନ ଫିଙ୍ଗି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଅନୁରୋଧ କରିଥିଲେ । ଯାହା ଫଳରେ ଆମ ପରିବେଶ ପାଇଁ ସମସ୍ତ ଜନସାଧାରଣ ଏବଂ ସ୍ୱଚ୍ଛତା ପାଇଁ ସବୁବେଳେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।

Post a Comment

Previous Post Next Post