ସାମାଜିକ ଗଣମାଧ୍ୟମ କର୍ମଶାଳାରେ ସତ୍ୟବ୍ରତ


ଜଳେଶ୍ବର,୧୬/୭ (ଜଗନ୍ନାଥ ଗୋଛାୟତ) ଓଡ଼ିଶା ପ୍ରଦେଶ ଭାଜପା କାର୍ଯ୍ୟାଳୟ ଭୁବନେଶ୍ୱରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆୟୋଜିତ "ସାମାଜିକ ଗଣମାଧ୍ୟମ କର୍ମଶାଳା"ରେ ଯୋଗଦେଲେ ଜଳେଶ୍ୱରର ଯୁବନେତା ସତ୍ୟବ୍ରତ । ପ୍ରକାଶଥାଉକି ୨୦୨୪ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ,ବରିଷ୍ଠ ନେତା ସୁନ୍ଦରଗଡ଼ ର ସାଂସଦ ଶ୍ରୀ ଜୁଏଲ ଓରାମ ,ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର,ଯୁବମୋର୍ଚ୍ଚା ରାଜ୍ୟ ସଭପତି ଇରାଶିଷ ଆଚାର୍ଯ୍ୟ ,ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ର ସଂଯୋଜକ ଶ୍ରୀ କପିଳ ପରମାର , ବିଜେପି ଓଡ଼ିଶା ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀ ସ୍ୱୟଂ ପ୍ରକାଶ ବରାଳଙ୍କ ଉପସ୍ଥିତିରେ ସମସ୍ତ ବିଧାୟସଭାରୁ ଆସିଥିବା ସାମାଜିକ ଗଣମାଧ୍ୟମର ସଂଯୋଜକ ମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଛି । ଜଳେଶ୍ୱରର ଯୁବନେତା ତଥା ଜିଲ୍ଲାଯୁବ ମୋର୍ଚ୍ଚାର ସାମାଜିକ ଗଣମାଧ୍ୟମ ସଂଯୋଜକ ସତ୍ୟବ୍ରତ ପଣ୍ଡା ଉକ୍ତ କର୍ମଶାଳାରେ ଯୋଗଦେଇ ଜଳେଶ୍ୱର ବିଧାନସଭାର ପ୍ରତିନିଧିତ୍ବ କରିଥିଲେ ।

Post a Comment

Previous Post Next Post