ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ବିବାହ କଲେ ଫେରାର ଦିଅର ଭାଉଜ


ସୁବର୍ଣ୍ଣପୁର (ଗଣପତି ବାଘ) ନିଜ ସ୍ବାମୀଙ୍କ ଉପସ୍ଥିତିରେ ଜଣେ ସ୍ତ୍ରୀ ତାର ପ୍ରେମିକ କୁ କରୁଛି ବିବାହ।ବିବାହ ପୁଣି କୌଣସି ବେଦୀ କିମ୍ବା ମଣ୍ଡପରେ ନୁହେଁ।ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ ।ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ ବାହାଘର। ଫେରାର ହୋଇ ଥିବା ପ୍ରେମୀ ଯୁଗଳ ଙ୍କ ବିବାହ ହେଉଛି ଥାନା ପରିସରରେ ଏବଂ ପୋଲିସ କରାଉଛି ସଂପୃକ୍ତ ପ୍ରେମୀ ଯୁଗଳ ଙ୍କ ବିବାହ। ଉଭୟ ପ୍ରେମି ଯୁଗଳ ପରସ୍ପରକୁ ଫୁଲମାଳ ଦେଇ ବିବାହ କରିଥିବା ବେଳେ ଏଥିରେ ଥାନା ଅଧିକାରୀ ଓ ଅନ୍ୟାନ୍ୟ ପୋଲିସ ତଥା ସେମାନଙ୍କ ପରିବର ର ଲୋକଙ୍କ ଉପସ୍ଥିତିରେ ବିବାହ କରୁଛନ୍ତି। ବିବାହ କରୁଥିବା ପ୍ରେମୀ ଯୁଗଳ ହେଉଛନ୍ତି ସମ୍ପର୍କରେ ଦିଅର ଭାଉଜ। ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପରିସରରେ । ଅନୁଗୁଳ ଜିଲ୍ଲା ସାମସିଙ୍ଗା ଗ୍ରାମର ୨୨ ବର୍ଷୀୟା ଝିଲି ପ୍ରଧାନ ତିନି ବର୍ଷ ପୂର୍ବରୁ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗ୍ରାମର ମାଧବ ପ୍ରଧାନ ଙ୍କ ସହିତ ବୈଦିକ ରିତୀ ନିତୀରେ ବିବାହ କରିଥିଲା ।ଇତି ମଧ୍ୟରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗ୍ରାମର ପରେମେଶ୍ବର ପ୍ରଧାନ ତାଙ୍କ ମାଉସି ପୁଅ ଭାଇ ମାଧବ ଙ୍କ ଘରକୁ ଯିବା ଆସିବା କରିବା ଭିତରେ ଭାଉଜ ଝିଲି ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।ପ୍ରେମସମ୍ପର୍କ ବଢିଯିବାରୁ ଉଭୟ ଦିଅର ଭାଉଜ ଗତ ସପ୍ତାହେ ପୂର୍ବରୁ ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଖୋଜା ଖୋଜି କରିବା ପରେ ନ ପାଇବାରୁ ସୁବଳୟା ଥାନାରେ ଏନେଇ ଅଭିଯୋଗ କରିଥିଲେ। ସ୍ବମୀ ମାଧବଙ୍କ ଅଭିଯୋଗ ଆଧାରରେ ସୁବଳୟା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା।ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଗତ ଗୁରୁବାର ଦିନ ଉଭୟ ପ୍ରେମୀ ଯୁଗଳ ଙ୍କୁ ଉଦ୍ଧାର କରି ଥାନା କୁ ଅଣାଯାଇଥିଲା। ଉଭୟ ଦିଅର ଭାଉଜ ପରସ୍ପରକୁ ବିବାହ କରିବେ ବୋଲି ଅଡି ବସିଥିଲେ । ଉଭୟେ ସାବାଳକ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ଥାନା କୁ ଡକାଗଲା। ପରିବାର ଲୋକେ ମଧ୍ୟ ଉଭୟଙ୍କୁ ବୁଝସୁଝା ମଧ୍ୟ କରିଥିଲେ ହେଲେ ଉଭୟ ଦିଅର ଭାଉଜ କୌଣସି କଥା ଶୁଣି ନ ଥିଲେ। ଶେଷରେ ଥାନା ପରିସର ରେ ଝିଅ ର ବାପା ଘର ଓ ଶଶୁର ଘର ଲୋକ ଏବଂ ପ୍ରେମିକ ପରମେଶ୍ବର ଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜ ଙ୍କ ବିବାହ କରାଯାଇଥିଲା।

Post a Comment

Previous Post Next Post