ଜଳେଶ୍ଵର ୨୩/୭ (ଜଗନ୍ନାଥ ଗୋଛାୟତ) ଦୈନିକ ସମ୍ବାଦ ପତ୍ର ଅପରାହ୍ନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।ଦୈନିକ ଅପରାହ୍ନ ସମ୍ପାଦକ ବଂଶୀଧର ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ଶ୍ରୀକାନ୍ତ ଚରଣ ପାତ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ପୌରାଧ୍ୟକ୍ଷ ପ୍ରତିପ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବି ଅନୀଲ କୁମାର ପରିଡା, ଓଷ୍ଟା ର ସାଧାରଣ ସମ୍ପାଦକ ଡ. ଅଜିତ କୁମାର ମହାନ୍ତି, କଂଗ୍ରେସ ର ନଗର ସଭାପତି ଗିରିଜା ଶଙ୍କର ଦାସ, ସିପିଆଇ(ଏମ) ନେତା ଦିଲୀପ କୁମାର ଗିରି, ସମାଜସେବୀ ସଂଗ୍ରାମ କେଶରୀ ପରିଡା, ବରିଷ୍ଠ ବିଜେପି ନେତା ପରମାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ସମାଜ ର ଉନ୍ନତି କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ସାମ୍ବାଦିକ ମାନେ ଏକତା ରଖି ପାରିଲେ ଆଜିର ବନ୍ଧୁ ମିଳନ ଉତ୍ସବର ସାର୍ଥକତା ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଆମର ଦୁଇଟି ଆଖି ପରେ ସାମ୍ବାଦିକ ହେଉଛନ୍ତି ସମାଜାର ତୃତୀୟ ଆଖି ସେମାନେ ସମସ୍ତ ବିଷୟ ବସ୍ତୁ ଆଗ ସାମ୍ବାଦିକ ଜାଣି ପାରି ସମ୍ବାଦ ପ୍ରସାରଣ କରିବା ପରେ ଓଡ଼ିଶାର ପୁରପଲ୍ଲୀରେ ଅଗଣିତ ଲୋକ ଜାଣି ପାରିଥାନ୍ତି ବୋଲି ମଧ୍ୟ କହିଥିଲେ। ସାମ୍ବାଦିକ ପାଠ ନ ପଢ଼ିଥିଲେ ବି ଅଭିଜ୍ଞତା ମଣିଷକୁ ଶିଖର ଦେଶରେ ପହଞ୍ଚାଇ ପାରେ ବୋଲି ଆଇନଜୀବି ଶ୍ରୀଯୁକ୍ତ ପରିଡ଼ା ତାଙ୍କ ବକ୍ତବ୍ୟରେ କହିଥିଥିଲ। ସମ୍ପାଦକ ବଂଶୀଧର ଜେନା, ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚାନ୍ଦ, କବି ଶ୍ରୀକୁମାର, ଦୀନବନ୍ଧୁ ପ୍ରଧାନ, ସତ୍ୟବ୍ରତ ପ୍ରଧାନ, ସୁକାନ୍ତ ଗିରି, ଦିଲ୍ଲୀପ କୁମାର ଦାସ, ରବୀନ୍ଦ୍ର ସେନାପତି, ଅରୁଣ କୁମାର ଜେନା, ସୁକୁମାର ରଣା, ଅଶୋକ କୁମାର ଜେନା ଓ ଆରତୀ ଦାସ ପ୍ରମୁଖ ଯୋଗଦେଇ ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ବ୍ରତ ବୋଲି କହିଥିଲେ। ସାମ୍ବାଦିକ ମାନେ ସମାଜର ଉନ୍ନତି ପାଇଁ ନିଜକୁ ସମର୍ପିତ ଭାବେ କାମ କରନ୍ତି। ମାତ୍ର ସମ୍ବାଦ ସଂଗ୍ରହ କ୍ଷେତ୍ରରେ ସାମ୍ବାଦିକ ମାନେ ହିଂସା ଓ ଆକ୍ରୋଶର ଶିକାର ହୁଅନ୍ତି। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସାମ୍ବାଦିକଙ୍କ ସ୍ୱାଧୀନତା କୁ ବଳ ପୂର୍ବକ ଛଡାଇ ନେଉଥିବା ଦେଖିବାକୁ ମିଳେ। ଏପରି ସ୍ଥଳେ ସାମ୍ବାଦିକ ମାନେ ସାମ୍ନା କରୁଥିବା ସମୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ଓ ବୀମା ସୁବିଧା ଯୋଗାଇ ଦେବାକୁ ବନ୍ଧୁ ମିଳନ ଉତ୍ସବ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଥିଲେ।ଏଥିସହିତ ଜଳେଶ୍ଵରରେ ଏକ ସାମ୍ବାଦିକ ପ୍ରକୋଷ୍ଠ ନିର୍ମାଣ ପାଇଁ ମତ ପ୍ରକାଶ ପାଇଥିଲା ଓ ସମସ୍ତ ଅତିଥି ଶେଷରେ ସାମ୍ବାଦିକତା କ୍ଷେତ୍ରରେ ଭଲ କାର୍ଯ୍ୟ କରିଥିବା ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚାନ୍ଦ, ସତ୍ୟବ୍ରତ ପ୍ରଧାନ, ଗୋପବନ୍ଧୁ ସାହୁ, କବି ତଥା ସାମ୍ବାଦିକ ରବିନ୍ଦ୍ର କୁମାର ସେନାପତି ଓ ମନୋଜ କୁମାର ଭୂୟାଁଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରା ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବସ୍ତାର ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦେବ, ନୃସିଂହ ଚରଣ ଦାସ ମହାପାତ୍ର, ଅରୁହା ସରପଞ୍ଚ ତପତି ଭୂୟାଁ, ମଧୁସୂଦନ ଦତ୍ତ, ସଞ୍ଜୟ କୁମାର ମହାନ୍ତିଙ୍କ ସହ ୩୦ ରୁ ଅଧିକ ସାମ୍ବାଦିକ ଉପସ୍ଥିତ ଥିଲେ।
ଜଳେଶ୍ଵର ହୋଟେଲ ଇନ୍ ପରିସରରେ ଦୈନିକ ସମ୍ବାଦ ପତ୍ର ଅପରାହ୍ନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment