ଭବାନୀପାଟଣା ୨୩/୦୭ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ କୁଳିହାରୀଗୁଡା ଗ୍ରାମର ବୀରକିଶୋର ଲହଜଳ ଓଁ ସନ୍ତରା ଲହଜଳ ଙ୍କ ପରିବାର ବହୁତ ହସଖୁସିରେ ଥିଲା ଦୁର୍ଭାଗ୍ୟ ବଶତଃ ସମୟ ଦୁଃଖ ଆଗକୁ ଟାଣି ନେଇ ଗଲା । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ କିନ୍ତୁ ଦିନେ ଦୁଃଖର କଳାବାଦଲ ଏହିପରିବାର ଉପରେ ପଡିଲା । ୩ ଶିଶୁ ଦୁନିଆ କଣ ଜାଣିବା ପୂର୍ବରୁ ମା ସନ୍ତରା ଙ୍କ ୨୦୧୬ ରେ ଦେହାନ୍ତ ହେଲା । ତାଙ୍କ ସ୍ଥାନ ପୂରଣ କରିବାପାଇଁ ବୀରକିଶୋର ପୁଣିଥରେ ଭୂମିସୁତା ଲହଜଳ ଙ୍କୁ ବାହାହେଲେ ତାଙ୍କ ଔରସରୁ ପୁଣି ଏକ ଝିଅ ଜନ୍ମହେଲା । ଏହାର କିଛି ବର୍ଷ ବ୍ୟବଧାନ ପରେ ବୀରକିଶୋର ଙ୍କ ୨୦୧୯ ରେ ଦେହାନ୍ତ ହେଲା । ଚାରି ଛୁଆ ଙ୍କୁ ନେଇ ଭୂମିସୁତା କଷ୍ଟେମଷ୍ଟେ ପ୍ରତି ପୋଷଣ କରୁଥିଲେ । ହେଲେ ଗତ ୨୪ ଏପ୍ରିଲ ରେ ଭୂମିସୁତା ଙ୍କ ମଧ୍ୟ ଦେହାନ୍ତ ହେଲା । ଦେଖୁ ଦେଖୁ ଚାରିଜଣ ଛୁଆ ଅନାଥ ହୋଇଗଲେ । ସେମାନେ ନିଜ ବାସସ୍ଥଳୀ ଛାଡି ଖସିଗୁଡା ରେ ଅଜା ଆଇ ଙ୍କ ଘରେ ରହୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରିତ ହୋଇଥିଲା । ଏଇ ଖବର ବିଷୟରେ ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଜାଣିବାପରେ ଗୋଲାମୁଣ୍ଡା ର ରବୀନ୍ଦ୍ର ରାଉତ ଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ର ଙ୍କୁ ଜଣେଇ ସେମାନଂକୁ ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ କରିବାପାଇଁ ଅନୁରୋଧ କରିଥିଲେ । ଡିଶୁପିଓ ଙ୍କ ନିର୍ଦେଶ ରେ ସମସ୍ତ ଶିଶୁ ଙ୍କୁ ଆଜି ଶିଶୁ ମଙ୍ଗଳ ସମିତି ଙ୍କ ପାଖରେ ପ୍ରଡୁସ କରି ସେମାନଙ୍କୁ ସରକାରୀ ସୁବିଧା ଦେବାପାଇଁ ସ୍ଥିର କରାଗଲା । ବଡ଼ଝିଅ ସୁମନି ଲହଜଳ ଙ୍କୁ ସରକାର ଙ୍କ ଗ୍ରୀନ କାର୍ଡ ମାଧ୍ୟମ ରେ ଉଚ୍ଚ ଶିକ୍ଷା ର ବ୍ୟବସ୍ତା କରାଯାଇଥିବା ବେଳେ ଦ୍ୱିତୀୟ ଝିଅ ଗୁଆଦେଇ ଲହଜଳ ଭଲ ମାର୍କ ରଖି ମାଟ୍ରିକ ପାସ କରିଥିବାରୁ ତାଙ୍କୁ ସରକାରୀ ଆଇ.ଟି. ଆଇ ରେ ମାଗଣା ଶିକ୍ଷା ପ୍ରଦାନ କରାଯିବ । ସେହିପରି ରୋଶନ ଲହଜଳ ଙ୍କୁ ଏନ.ଏନ.ଏସ ରେ ରଖି ମାଗଣା ରେ ପାଠ ପଢ଼ିବାର ବ୍ୟବସ୍ତା କରାଯାଇଥିବା ବେଳେ ସବୁଠୁ ଛୋଟ ଝିଅ ସୁବି ଲହଜଳ ଙ୍କୁ ମାସିକ ଚାରି ହଜାର ଟଙ୍କା ଦେବାପାଇଁ ସ୍ଥିର କରାଗଲା । ସେମାନଂକୁ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ସ୍ଥିର କରାଯାଇଛି । ସେମାନଙ୍କୁ ନେବା ଆଣିବା ସହ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ରବୀନ୍ଦ୍ର ରାଉତ, ଯଶୋବନ୍ତ ରଣା, ଶ୍ୟାମସୁନ୍ଦର ଅଗ୍ରୱାଲ ସମସ୍ତ ଙ୍କୁ ତାଙ୍କ ପରିବାର ଧନ୍ୟବାଦ ଜଣେଇଛନ୍ତି । ସମସ୍ତ ଙ୍କ ଏହିପରି ପ୍ରୟାସ କୁ ଅଂଚଳବାସୀ ସାଧୁବାଦ ଜଣେଇଛନ୍ତି ।

Post a Comment