ଜଳେଶ୍ଵର ବ୍ଲକ, ୨୩/୭ (ଜଗନ୍ନାଥ ଗୋଛାୟତ) ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ଭି.କେ. ପାଣ୍ଡିୟାନ (ଆଇଏଏସ)ମହୋଦୟଙ୍କ ତା-୨୩.୦୬.୨୦୨୩ ରିଖ ଜଳେଶ୍ଵର ଗସ୍ତ ଅବସରରେ ଆମ୍ବେଦକର ସମତା ମଞ୍ଚ ତରଫରୁ ସମଗ୍ର ଓଡିଶା ର ପ୍ରତିଟି ବ୍ଲକ୍ ଓ ସହରାଞ୍ଚଳ ମାନଙ୍କରେ ଆମ୍ବେଦକର ଭବନ ପ୍ରତିଷ୍ଠା ନିମନ୍ତେ ଓ ଓଡିଶାର ସମସ୍ତ ସରକାରି ଓ ବେସରକାରୀ ସଂସ୍ଥା ମାନଙ୍କରେ ଆମ୍ବେଦକରଙ୍କ ଫଟୋ ଚିତ୍ର ଅବସ୍ଥାପିତ କରିବା ପାଇଁ ଏକ ଦାବିପତ୍ର ମାଧ୍ୟମରେ ଅନୁରୋଧ କରା ଯାଇଥିଲା।ସେ ଉକ୍ତ ପ୍ରସ୍ତାବକୁ ସହୃଦୟ ସହ ମଞ୍ଜୁର କରିଥିବା ମଞ୍ଚ ପକ୍ଷରୁ ସୂଚନା ମିଳିଛି।ସରକାରଙ୍କ ନିର୍ଦ୍ଦେଶରେ ଜଳେଶ୍ଵର ଠାରେ ଖୁବ୍ ଶୀଘ୍ର ଆମ୍ବେଦକର ଭବନ ନିର୍ମାଣ ହେବାକୁ ଯାଉଛି।ଏଥିପାଇଁ ଆମ୍ବେଦକର ସମତା ମଞ୍ଚ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନ୍ (ଆଇଏଏସ)ଙ୍କୁ ଧନ୍ୟବାଦ୍ ଜଣାଉଛୁ।ଏଠାରେ ଉଲ୍ଲେଖ କରୁଛୁ ଆମ୍ବେଦକର ଭବନ ପ୍ରତିଷ୍ଠା ନିମନ୍ତେ ବହୁ ଦିନରୁ ପ୍ରଶାସନ ନିକଟରେ ବାରମ୍ବାର ମଞ୍ଚ ଦାବି କରି ଆସୁଅଛି।ପରିଶେଷ ରେ ଏହା କାର୍ଯ୍ୟକାରି ହୋଇ ଥିବାରୁ ଆମ୍ବେଦକର ମଞ୍ଚ ତରଫରୁ ସରକାରଙ୍କୁ ଆମ୍ବେଦକର ସମତା ମଞ୍ଚ, ଜଳେଶ୍ଵର ପକ୍ଷରୁ କୃତଜ୍ଞତା ଜ୍ଞାପନ କରା ଯାଇଛି।

Post a Comment