ବାଲେଶ୍ଵର,୨୫/୭ (ଲକ୍ଷ୍ମୀଧର ବାରିକ) ଗବେଷକ ପ୍ରଫେସର ଡ. କରୁଣାକର ଦାସଙ୍କୁ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସଂସ୍କୃତି ବିଭାଗରେ ଆୟୋଜିତ ପୋଥି ବିଜ୍ଞାନ କର୍ମଶାଳାରେ ସମ୍ବର୍ଦ୍ଧିତ କରାଯାଇଛି। ଡ. ଦାସ ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ ସହିତ ବିଶ୍ବ ପ୍ରସିଦ୍ଧ ଜଗତଗୁରୁ ଶ୍ରୀଧରସ୍ବାମୀଙ୍କ ଉପରେ ବିଶ୍ବର ସର୍ବପ୍ରଥମ ‘ଶୋଧ ସନ୍ଦର୍ଭ ‘ଶ୍ରୀଧରସ୍ବାମୀ; ଏକମ୍ ଅଧ୍ୟୟନମ୍’ର ରଚନା ଓ ମୁଦ୍ରାରାକ୍ଷସ୍ର ଓଡ଼ିଆ ସଂକଳନ ଯାହାକୁ ଆଜି ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟ ପାଠ୍ୟପୁସ୍ତକରେ ପ୍ରଚଳିତ ହୋଇଅଛି। ଏହି କର୍ମଶାଳାରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ସିନିରୁଦ୍ଧ ଦାଶ, ମମତା ମିଶ୍ରଙ୍କ ସହିତ ବିଭିନ୍ନ ବିଭାଗର ପ୍ରଫେସର ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଡ. ଦାସ ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗର ପ୍ରଫେସର ତଥା ଅଧ୍ୟକ୍ଷ ଥିଲେ। ତାଙ୍କର ଏହି ଗୌରବକୁ ବିଭିନ୍ନ ସାରସ୍ବତ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

Post a Comment