ବାଲେଶ୍ଵର ୨୫/୭ (ଲକ୍ଷ୍ମୀଧର ବାରିକ) ରେମୁଣା ବ୍ଲକରେ ଆଜି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏସ୍ପି ସାଗରିକା ନାଥ, ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଏହି ଶିବିରରେ ୧୫୦ରୁ ଅଧିକ ଅଭିଯୋଗ ଆସିଥିବା ବେଳେ ଏହାର ସମାଧାନ କରାଯାଇଥିଲା। ଶିବିରରେ ଚାରି ଶହରୁ ଅଧିକ ଲୋକ ବିଭିନ୍ନ ଅଞ୍ଚଳରୁ ଆସିଥିଲେ। ଶିବିରକୁ ବ୍ଲକ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Post a Comment