ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପିଚୁ ରାସ୍ତା କାମ ନିମ୍ନମାନର ଅଭିଯୋଗ


ସିନାପାଲି (ପ୍ରମେଶ୍ୱର ମେହେର)ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଡଙ୍ଗରୀଗୁଡା ରୁ କେନ୍ଦୁମୁଣ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ନିର୍ମାଣ ଚାଲିଥିବା ପିଚୁ ରାସ୍ତା କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି। ପିଚୁରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ନିମ୍ନମାନର ଯୋଗୁ ରାସ୍ତା ଫାଟି ଆଁ କରିଥିବା ଜଣାପଡିଛି। ପ୍ରକାଶ ଯେ, ଏହି ରାସ୍ତା ନିର୍ମାଣ କାମ ଆଜକୁ ୨ମାସ ହୋଇଥିବା ବେଳେ ନିର୍ଦ୍ଧାରିତ ପରିମାଣ ର ସାମଗ୍ରୀ ଦିଆଯାଇ ନଥିବା ଯୋଗୁ ଏହି କାମ ନିମ୍ନମାନର ହୋଇଛି। ରାସ୍ତା ର ଦୁଇ ପାର୍ଶ୍ୱ ରେ ଭଲଭାବେ ମାଟି ପଡିନଥିବା ବେଲେ ରାସ୍ତା ଦବି ଯାଇ ଭୁଶୁଡ଼ି ପଡିଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ଖାମଖିଆଲୀ ତଥା ସଲାସୁତୁରା ଯୋଗୁ ଏଭଳି ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି। ସୁଚନାଯୋଗ୍ୟଯେ ଏହି ରାସ୍ତା କାମ ଗତ ୨୫ ଜୁଲାଇ ୨୦୨୨ ରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୪ ଅପ୍ରେଲ ୨୦୨୩ ରେ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ଥିଲା।ଏହି ରାସ୍ତା ନିର୍ମାଣ କାମ ଅଟକଲ ୨୫୧.୯୦ ଲକ୍ଷ ମୁଲ୍ଯ ରେ ନିର୍ମାଣ ହୋଇଥିବା ଜଣାପଡିଛି। ଏହି ରାସ୍ତା କାମ ରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ର ସଲାସୁତୁରା ଥିବା ଯୋଗୁ ଏଭଳି ରାସ୍ତା କାମ ରେ ଅନିୟମିତତା ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ଖୁବକମ ସମୟରେ ରାସ୍ତା ଖରାପ ହେବା କାରଣରୁ ଆଗାମୀ ଦିନରେ ଯାତାୟାତରେ ଲୋକେ ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଥିବା ଲୋକେ ପ୍ରକାଶ କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ କିଛି କାମ ବାକି ଅଛି ବର୍ଷା ଯୋଗୁ ସେଭଳି ହୋଇଥିବ ତାହା ମରାମତି କରାଯିବ ବୋଲି କହିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

Post a Comment

Previous Post Next Post