ଜଳେଶ୍ବର,୨୫/୭ (ଜଗନ୍ନାଥ ଗୋଛାୟତ) ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଆସ୍ତେ ଆସ୍ତେ ସରଗରମ ହେବାରେ ଲାଗିଛି ରାଜନୀତି ଚା ଖଟିରୁ ଆରମ୍ଭ କରି ସବୁଆଡେ ରାଜନୀତିର ଚର୍ଚ୍ଚା।ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ପ୍ରତ୍ୟେକ ଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା କିଛି ଖବର।ପ୍ରାର୍ଥୀଙ୍କ ବିଷୟରେ ଅନେକ ସମୟରେ ଅନେକ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସୁଥିଲା ବେଳେ ଯୁବ ନେତୃତ୍ୱକୁ ନେଇ ସବୁଠି ଚର୍ଚ୍ଚା ଜୋରଧରିବାରେ ଲାଗିଛି ।ଯୁବକ ହେଉଛନ୍ତି ଦେଶର ଭବିଷ୍ୟତ ଯୁବକ ମାନଙ୍କ ଠାରେ ଅନେକ କିଛି କରିବାର ସମ୍ଭାବନା ଥାଏ ।ପୂର୍ବ ଅପେକ୍ଷା ବର୍ତ୍ତମାନ ଯୁବକ ମାନେ ରାଜନୀତିରେ ବେଶ ସକ୍ରିୟ ଭୂମିକ ନେଉଛନ୍ତି।ଜଳେଶ୍ୱର ରାଜନୀତିରେ ବିଭିନ୍ନ ଦଳରେ ଅନେକ ଯୁବନେତା ଥିଲାବେଳେ ସର୍ବାଙ୍ଗରେ ରହିଛନ୍ତି ଯୁବଛାତ୍ର ନେତା କାଳିଚରଣ ଦାସ। ଦୀନକୃଷ୍ଣ କଲେଜର ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକରେ ଲଢ଼ି ନିଜର ରାଜନୀତି ଆରମ୍ଭ କରିଥିବା ଏହି ଯୁବଛାତ୍ର ନେତା ମଧ୍ୟରେ ଅନେକ କିଛି ସମ୍ଭାବନା ପରିଲକ୍ଷିତ ହେଇଥାଏ।ଜଣେ ନିର୍ଭୀକ, ସ୍ପଷ୍ଟବାଦୀ,ନେତୃତ୍ୱ ନେବାର ଦକ୍ଷତା ଉତ୍ତମ ବ୍ୟବହାର ପାଇଁ ସେ ଜଳେଶ୍ୱର ଅଞ୍ଚଳରେ ବେଶ ଲୋକପ୍ରିୟ ହେଇ ପାରିଛନ୍ତି।ଜଳେଶ୍ୱରରେ ଯୁବ ଛାତ୍ର ମାନଙ୍କୁ ଏକତ୍ରିତ କରି ବିଭିନ୍ନ ସମୟରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଅସହାୟମାନଙ୍କ ସେବା କରିବା ,ସଡ଼କ ସୁରକ୍ଷା, ନାରୀ ସଚେତନତା, ବାଲ୍ୟ ବିବାହ, ଯୌତୁକ ପ୍ରଥା ପରି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରୁଥିବାର ପରିଲକ୍ଷିତ ହେଇଥାଏ ,କେବଳ ସେତିକି ନୁହଁ ଜଳେଶ୍ୱର ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସେ ଆଗେଇ ଆସନ୍ତି। ଜଳେଶ୍ୱରକୁ ସବଡିଭିଜନ ମାନ୍ୟତା ହେଉ ଅବା ରାଇବଣିଆକୁ ବ୍ଲକ, ତହସିଲ ଦାବିରେ ସେ ସଦାସର୍ବଦା ଆଗରେ ରୁହନ୍ତି।ଜଳେଶ୍ୱର ଅଞ୍ଚଳର ଶିକ୍ଷାର ଉନ୍ନତି ପାଇଁ ରାଇବଣିଆ ଅଞ୍ଚଳରେ ଏକ ଡିଗ୍ରୀ କଲେଜ ସହିତ ଜଳେଶ୍ୱର ଦୀନକୃଷ୍ଣ କଲେଜରେ ପିଜି ପାଇଁ ସେ ସଦାସର୍ବଦା ଚେଷ୍ଟା ଜାରି ରଖିଛନ୍ତି।ନ୍ୟାୟ ପାଇଁ ଲଢେଇ ହେଉ କିମ୍ୱା ସାଧାରଣ ଲୋକଙ୍କ ହକ ପାଇଁ ସେ ସଦାସର୍ବଦା ତତ୍ପରତା ଦେଖାଇ ଥାନ୍ତି।ଜଣେ ଉଚ୍ଚ ଶିକ୍ଷିତ ଯୁବକ ଭାବେ ସେ ଏହି ସାଧାରଣ ନିର୍ବାଚନରେ ଜଳେଶ୍ୱରରୁ ବିଧାୟକ ପଦ ପାଇଁ ନିର୍ବାଚନ ଲଢ଼ିପାରନ୍ତି ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି।ଜଣେ ଦୃଢ଼ ସଂଗଠକ ଭାବେ ସେ ଯୁବକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଥିବା ଏହି ଯୁବ ନେତା ଜଳେଶ୍ୱର ନିର୍ବାଚନ ମୈଦାକୁ ଆସିଲେ ରାଜନୈତିକ ଲଢେ଼ଇ ରୁଚକ ହେବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା।

Post a Comment