ବାଲେଶ୍ୱର,୧୩/୭ (ଲକ୍ଷ୍ମୀଧର ବାରିକ) ସରକାରଙ୍କର ଯୋଜନାରେ ବିଦ୍ୟାଳୟକୁ ସର୍ବୋଚ୍ଚ ଅଗ୍ରାଧିକାର ଦିଆଯାଉଛି। ସେହି ଅନୁସାରେ ଉଚ୍ଚ ବିଦ୍ୟାଳୟ ମାନଙ୍କୁ ୫-ଟିରେ ସାମିଲ କରି ଉନ୍ନତ ଧରଣର ଶିକ୍ଷା ପ୍ରଦାନ କରିବାର ପ୍ରୟାସ କରି ଚାଲିଛି। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ରମଧାବ୍ରହ୍ମପୁର ଗ୍ରାମରେ ଥିବା ବିଷ୍ଣୁମୋହନ ଉଚ୍ଚ ବିଦ୍ୟାପୀଠ ୫-ଟିରେ ସାମିଲ ହୋଇଥିଲେ ବି ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ ଆଣ୍ଠୁଏ ପାଣି ଓ କାଦୁଅ ରେ ଯାଆ ଆସ କରୁଛନ୍ତି। ଅସରାଏ ବର୍ଷା ହୋଇ ଗଲେ ଠିଆ ହେଉଛି ପାଣି। ଅଞ୍ଜିରୁ ଅଭଣା ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ବିଦ୍ୟାଳୟଟି ଅବସ୍ଥିତ। ମୁଖ୍ୟ ରାସ୍ତାରୁ ବିଦ୍ୟାଳୟକୁ ୨ଶହ ମିଟର ହୋଇଥିବା ବେଳେ ଯିବା ପାଇଁ ନାହିଁ ରାସ୍ତା । ବିଦ୍ୟାଳୟକୁ ବିକଳ୍ପ ରାସ୍ତା ନଥିବା ବେଳେ ବହୁକଷ୍ଟରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯାତାୟତ କରୁଛନ୍ତି। ବିଦ୍ୟାଳୟ କତ୍ତୃପକ୍ଷ ବାରମ୍ବାର ବ୍ଲକ ପ୍ରଶାସନ, ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି କିଛି ଫଳ ମିଳିନଥିବା କହିଛନ୍ତି ।

Post a Comment