ଲମପୁର : (ଶରତ ଚନ୍ଦ୍ର ସୁନାନୀ) ଜାତୀୟ ତମାଖୁ ନିୟନ୍ତ୍ରଣ କା୍ଯ୍ୟକ୍ରମ ଅଧୀନରେ ଯୁବ ପୀଢ଼ି କୁ ତମାଖୁ ଜାତୀୟ ଜିନିଷ ରୁ ଦୂରେଇ ରହିବା ପାଇଁ ମଙ୍ଗଳବାର ଦିନ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇ ଯାଇଛି। ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।ଏହାସହ ତମାଖୁ ସେବନର ଅପକାରିତା ଓ ଶରୀର ଉପରେ ପଡ଼ୁଥିବା ଏହାର କୁପ୍ରଭାବ ସମ୍ପର୍କରେ ବୁଝାଇବା ସହ ତମାଖୁ ସେବନ ଠାରୁ ଦୂରେଇ ରହି ଶରୀର ସୁସ୍ଥ ରଖିବାକୁ ଯୁବପିଢି ମାନଙ୍କ ଆହ୍ୱାନ ଦେଇଥିଲେ।ଏହି ରଥ କଲମପୁର ବ୍ଲକ ର ୧୧ଗ୍ରାମ ପଞ୍ଚାୟତ ର ୫୫ଖଣ୍ଡ ରାଜସ୍ବ ଗ୍ରାମ ପରିକ୍ରମା କରିବ।ଏହି କାର୍ଯ୍ୟକ୍ରମ ଜୁନ ୩୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ,ଗ୍ରାମର ଘର ଘର ଯାଇ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ଲୋକଙ୍କୁ ତମାଖୁ ସେବନ ନକରିବା ପାଇଁ ସଚେତନ କରିବେ।ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଗୋଷ୍ଟ ଜନସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ ଙ୍କ ସମେତ ସମସ୍ତ ସ୍ବାସ୍ଥ୍ୟ ଅଧିକାରି, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ,ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଉପସ୍ଥିତ ଥିଲେ।
ତମାଖୁ ମୁକ୍ତ ସଚେତନ ପାଇଁ ସଚେତନତା ରଥର ଶୁଭାରମ୍ଭ
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment