ବାଲେଶ୍ଵର,୨୦/୭(ଲକ୍ଷ୍ମୀଧର ବାରିକ) ବାହାନଗା ବ୍ଲକ ଗୋପାଳପୁର ଠାରେ ଅବସ୍ଥିତ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣର ସ୍ଥିତି ପରଖିଲେ ଅଧିକାରୀ । ଜୁନ ଦୁଇ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣା ଦିନ ଶତାଧିକ ଆହତଙ୍କୁ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଠାରେ ଚିକିତ୍ସା ଧୀନ ଅବସ୍ଥାରେ ୧୭ଜଣ ମୃତ୍ୟୁବରଣ କରିଥିଲେ । ଅଂଚଳ ବାସୀ ଙ୍କ ତରଫରୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଇ ଆହତଙ୍କୁ ସେବା ଯୋଗାଇ ଦିଆଯାଇ ଥିଲା । କିନ୍ତୁ ସେହିପରି ଚିକିତ୍ସା ନିମନ୍ତେ ଏଠାରେ ଭିତ୍ତି ଭୂମି ନଥିବାରୁ ଚିକିତ୍ସାରେ ମଧ୍ୟ ବାଧକ ସାଜିଥିଲା । ସେହି ସବୁ ଦିଗକୁ ନଜରରେ ରଖି ନାଗରିକ ମଞ୍ଚ ଓ ଅନ୍ୟ ଅଞ୍ଚଳବାସୀଙ୍କ ତରଫରୁ ଏହାର ଉନ୍ନତି କରଣ ପାଇଁ ଦାବୀ ହୋଇ ଥିଲା । ସେହି ଅନୁସାରେ ୫ଟି ସଚିବ ଭିକେ ପାଣ୍ଡିଆନ ବାହାନଗା ଗସ୍ତରେ ଆସିଥିବା ବେଳେ ତାଙ୍କୁ ଏହାର ଉନ୍ନତି କରଣ ପାଇଁ ଅଞ୍ଚଳ ବାସୀଙ୍କ ଓ ନାଗରିକ ମଞ୍ଚ ତରଫରୁ ଦାବୀ କରାଯାଇଥିଲା । ସେହି ଅନୁସାରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାହାନଗା ଗସ୍ତରେ ଆସିଥିବା ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଡାକ୍ତର ପରେଶ କୁମାର ନନ୍ଦି,ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧୀରେଶ କୁମାର ଷଢଙ୍ଗୀ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଯନ୍ତ୍ରୀ ମନୋରଞ୍ଜନ ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅଧିକାରୀ ଡାକ୍ତର ଅବିନାଶ ଜେନା ପହଞ୍ଚି ଭିତ୍ତି ଭୂମି ପରଖିବା ସହ ଅଞ୍ଚଳ ବାସୀଙ୍କ ଦାବୀ ବାବଦରେ ଆଲୋଚନା କରିଥିଲେ । ଆଲୋଚନା ପରେ ଦାବୀ ଗୁଡିକ ପୁଣି ଲିଖିତ ଦିଆ ଯାଇ ଥିବାବେଳେ ତାକୁ ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରିବାର କହି ଥିଲେ। ଏହି ସମୟରେ ନାଗରିକ ମଞ୍ଚ ଆବାହକ ସୁଦର୍ଶନ ମହାପାତ୍ର, ଅନ୍ତର୍ଯ୍ୟାମୀ ପଣ୍ଡା,ସ୍ଥାନୀୟ ସମିତି ସଭ୍ୟ ଯୋଗେଶ ଚନ୍ଦ୍ର ପତି, ଅଭିରାମ ସାହୁ,କମଳ ଲୋଚନ ଚୌଧୁରୀ, କାଦୁଆ ଘଡେ଼ଇ,ରମେଶ ଚନ୍ଦ୍ର ମିଶ୍ର,ସୁରେଶ ଚନ୍ଦ୍ର ଦାଶଙ୍କ ସହ ବହୁ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ । ପରେ ମଧ୍ୟ ଏହିଟିମ ଅରୁହାବାଡ଼ ଅଞ୍ଚଳରେ ରେ ଦାବୀ ହୋଇଥିବା ଏକ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଭିତ୍ତି ଭୂମି ପରଖି ଫେରି ଥିଲେ ।

Post a Comment