କଲେଜ ଅଧ୍ୟକ୍ଷଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲେଶ୍ୱର,୨୧/୭ (ଲକ୍ଷ୍ମୀଧର ବାରିକ) ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଣ୍ଡୁଳି ପଞ୍ଚାୟତର ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ତଥା କଲେଜ ଅଧ୍ୟକ୍ଷ ଶ୍ରୀ ଜଳନ୍ଧର ମଲ୍ଲିକ ଙ୍କୁ କଲେଜ ପରିସରରେ ଆୟୋଜିତ ସଭାରେ ନୂତନ କଲେଜ ର ଅଧ୍ୟକ୍ଷ ଅନନ୍ତ କୁମାର ଜେନା ଙ୍କ ସଭାପତିତ୍ବରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଯୋଗଦେଇ ଅବସର ନେଇଥିବା କଲେଜ ଅଧ୍ୟକ୍ଷ ଜଳନ୍ଧର ସାର ଙ୍କ ୩୦ ବର୍ଷ ଧରି ନିଷ୍ଠା ପର ଶିକ୍ଷାଦାନ କରି ଶହ ଶହ ଚ୍ଛାତ୍ରଚ୍ଛାତ୍ରୀ ଙ୍କ ଭବିଷ୍ୟତ ଗଠନରେ ଥିବା ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ଏଥିରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ତରଣୀ ସେନ ଜେନା, ସମ୍ମାନିତ ଅତିଥି ଭାବେ ୬୬୨ ବର୍ଗର ଅଧ୍ୟାପକ ସଂଘର ସଭାପତି ଗଜେନ୍ଦ୍ର ନାୟକ , ରେମୁଣା କଲେଜ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ପାଣି,ବଲାଙ୍ଗୀ ମହାବିଦ୍ୟାଳୟ ର ଅଧ୍ୟାପକ ଉମାକାନ୍ତ ମହାପାତ୍ର, ସଂଘର ସମ୍ପାଦକ ଜୟନ୍ତ କୁମାର ସେଠି, ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଅଧ୍ୟକ୍ଷ ଙ୍କ ସରଳ ଜୀବନ ଯାପନ ମିଷ୍ଟଭାଷୀ ଓ ଅନୁଷ୍ଠାନପ୍ରେମି ଥିଲେ ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ତର୍କଶାସ୍ତ୍ର ବିଭାଗ ଅଧ୍ୟାପକ ସତ୍ୟନାରାୟଣ ବେହେରା ଙ୍କ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ଏହି ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, କଲେଜ ପରିଚାଳନା କମିଟି ର କର୍ମକର୍ତ୍ତା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post