ଭବାନୀପାଟଣା ୨୧/୦୭(ଶ୍ୟାମସୁନ୍ଦର ମାଝୀ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଗୋଲାମୁଣ୍ଡା ଠାରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ନାଏକ ଉପସ୍ଥିତ ଥିଲେ।ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଛାତ୍ର ନେତା ପଞ୍ଚାନନ ଦୁର୍ଗା ରାଷ୍ଟ୍ର ନିର୍ମାଣ ଉପରେ ବିଷୟ ରଖିଥିଲେ ।ସମ୍ମାନିତ ଅତିଥି ଭାବେ ନବୀନ ଚଦ୍ର ମେହେର ,ନବ କିଶୋର ସାହୁ ,ସଞ୍ଜୟ କୁମାର ପାଇଟାଳ, ଲକ୍ଷ୍ମଣ ସାହୁ ଉପସ୍ଥିତ ଥିଲେ। ନଗର ସଂପାଦକ ସମୀପ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗ ସଂଯୋଜକ କେଶବ ସାହୁ,ବିଭାଗ ଜନଜାତି ପ୍ରମୁଖ ଚୁଡ଼ାମଣି ପ୍ରଧାନୀ,ନିକୁଞ୍ଜ ନାଏକ , ରିଷ୍ଣା ନାଏକ ,ଚୌବନ୍ ନାଏକ ,ଦୁର୍ଲଭ ମଶରା,ଗଗନ ନାଏକ , ହୃଦାନନ୍ଦ ଟୋଲଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment