ତୁଷୁରା ରେ ବ୍ୟାପୁଛି ଆଖିଧରା ରୋଗ, ସଚେତନ କରୁନାହାନ୍ତି ସ୍ଵାସ୍ଥ୍ୟ ବିଭାଗ


ତୁଷୁରା (କରନ କୁମାର ଭୋଇ) ସାରା ରାଜ୍ୟ ତଥା ଦେଶରେ ବର୍ତମାନ ଆଖ୍ ଧରା ରୋଗ ପାଇଁ ଆତଙ୍କ ଖେଳିଯାଇଛି । ଆଖୁରା ରୋଗ ଡିଆଁ ରୋଗ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସଚେତନ ଅଭାବରୁ ଜନସାଧାରଣ ତଥା ଶିକ୍ଷାନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଛୋଟ ଛୁଆ ମାନେ ମଧ୍ୟ ଆଖ୍ ଧରା ରୋଗରୁ ବର୍ତିପାରୁନାହାନ୍ତି । ଏପଟେ ଆଖୁ ଧରା ରୋଗ ପାଇଁ ଜନ ସାଧାରଣ ଚକ୍ଷୁ ବିଶେଷଜ୍ଞ ଙ୍କ ବିନା ପରାମର୍ଶ ରେ ନିଜ ଅଂଚଳ ରେ ଥିବା ଔଷଧ ଦୋକାନ ରୁ ଆଖ ପାଇଁ ଉଦ୍ଦିଷ୍ଟ ଡ୍ରପ କିମ୍ବା ଔଷଧ କିଣୁଛନ୍ତି । ଯାହା ଫଳରେ ଆଖ୍ ଧରା ରୋଗ ନ ହୋଇ କୌଣସି ଆଖୁ ରୋଗ ହୋଇ ଥିଲେ ଆଖି ନଷ୍ଟ ହେବାର ସମ୍ଭାବନା ଦେଖା ଦେଇ ପାରେ । ଆଉ ଏହି ରୋଗ ଡାକ୍ତରଙ୍କ କହିବା ଅନୁସାରେ ଏହା ଡିଆଁ ରୋଗ ହୋଇ ଥିବା ବେଳେ ସାଧାରଣତଃ ଆଖୁ ଲାଲ ହେବା ସହ ଚାରି ପାଞ୍ଚ ଦିନ ମଧ୍ୟରେ ଛାଡି ଥାଏ । କୌଣସି ଆଖୁ ଡ୍ରପ ନ ପକେଇଲେ ମଧ୍ୟ ଠିକ ହେବ । ବେଶି ଦିନ ଆଖୁ ଲାଲ ରହିଲେ ଚକ୍ଷୁ ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ଔଷଧ ବ୍ୟବହାର କରିପାରିବେ ।ଏପଟେ ଗୁଡଭେଳା ଅଂଚଳ ରେ ଆଖୁ ଧରା ସଂକ୍ରମଣ ଦିନ କୁ ଦିନ ବଢ଼ୁ ଥିବାରୁ ଉଦବେଗ ର କାରଣ ହୋଇଛି । ଏହା ଉପରେ ସ୍ଵାସ୍ଥ୍ୟ ବିଭାଗ ଜନ ସାଧାରଣ ଙ୍କୁ ସଚେତନ କରିବା ସହ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ପାଇଁ ଦାବି ହେଉଛି ।

Post a Comment

Previous Post Next Post