୨୯ରେ ନୀଳଗିରି ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ର ମନ୍ତ୍ରୀ ଭି. କେ. ସିଂ

ବାଲେଶ୍ଵର ୨୭/୭(ଲକ୍ଷ୍ମୀଧର ବାରିକ ): ବହୁବାଦବିବାଦ ପରେ ଗଡକରୀ ନୁହେଁ ଭିକେ ସିଂ ଆସିବେ ନୀଳଗିରି। ଆସନ୍ତା ୨୯ ତାରିଖ ଶନିବାର ଶେରଗଡ଼ - ନୀଳଗିରି -ଝରଣାଘାଟି ୧୨୫ କୋଟି ଟଙ୍କାର ୪ ଲେନ୍ ବିଶିଷ୍ଟ ନିର୍ମାଣଧୀନ ରାସ୍ତାର ଶୁଭ ଶିଳାନ୍ୟାସ ହେବାକୁ ଯାଉଅଛି। ଏହି କାର୍ଯ୍ୟକ୍ରମ ନୀଳଗିରି କେ. ସି ହାଇସ୍କୁଲ ପଡିଆରେ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଭର୍ଚୁଆଲ ମୋଡରେ ଯୋଡି ହେବା ସହିତ , କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଭି. କେ ସିଂ ନୀଳଗିରି ଗସ୍ତରେ ଆସି ଶୁଭ ଶିଳାନ୍ୟାସ କରିବେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ୍ୟ ଉପସ୍ଥିତ ରହିବେ।ମାନ୍ୟବର ସାଂସଦ ଓ ବିଧାୟକ ନୀଳଗିରିବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ଦଳ ମତ ନିର୍ବିଶେଷରେ ଯୋଗ ଦେଇ ନୀଳଗିରିର ବିକାଶ ଯାତ୍ରାର ମୁକସାକ୍ଷୀ ହେବାକୁ ଆହ୍ୱାନ ଦେଇଛନ୍ତି।

Post a Comment

Previous Post Next Post