ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପାର୍ବତୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ "କର୍ମବୀର ସମ୍ମାନ"ରେ ସମ୍ମାନିତ


କୋରାପୁଟ : (ଆଜତକ୍ ଓଡ଼ିଶା) ପଶ୍ଚିମବଙ୍ଗ ରାଜ୍ୟର ମେଦିନିପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପାର୍ବତୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ "କର୍ମବୀର ସମ୍ମାନ"ରେ ସମ୍ମାନିତ କରାଯାଇଅଛି । ଯୁବ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କ ନିଷ୍ଠାପର ସେବା, ପ୍ରେମ ଉଦାରତା ଏବଂ ନିଃସ୍ଵାର୍ଥପର ସେବା ଭାବନା, ସମାଜ ପ୍ରତି କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିବାକୁ ଯାଇ ପାର୍ବତୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଜଗତର ପିତା ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କ ସପରିବାର ସୁଖ ସମୃଦ୍ଧିରେ ରହୁ ତଥା ଭଗବାନ ଶିବଙ୍କ କୃପା ସଦା ରହିଥାଉ ବୋଲି ପ୍ରାର୍ଥନା କରିବା ସହ ଶ୍ରୀମାନ୍ ତ୍ରିନାଥଙ୍କ ସମାଜ ସେବା ସବୁବେଳେ ସମର୍ପିତ ରହୁ ବୋଲି ଏହି ଶୁଭକାମନା ସହ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ଏହି ପ୍ରଶସ୍ତି ପତ୍ର ଦେଇ ସମ୍ମାନିତ କରିଥିବା ଦେଖିବାକୁ ମିଳିଅଛି । ପାର୍ବତୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ଟ୍ରଷ୍ଟର ସଭାପତି ଜ୍ୟୋତି ନାୟକ,ଉପ-ସଭାପତି ଏ. କେ ମୀନା, ସାଧାରଣ ସମ୍ପାଦକ ବିକାଶ ନିମଖାଇ,ସମ୍ପାଦକ ଅଭିକେଶ ବରମନ୍, କୋଷାଧ୍ୟକ୍ଷ ପି. ହରି ପ୍ରମୁଖ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସୁସ୍ଥ ନିରାମୟ ଉଜ୍ଜଳ ଭବିଷ୍ୟତ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି ।

Post a Comment

Previous Post Next Post