ସର୍ପଘାତରେ କୃଷକର ମୃତ୍ୟୁ ବରଣ


ଜଳେଶ୍ବର,୨୮/୭(ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ଥାନା ଗୋପ ସ୍ଥିତ ରାଣିଘାଟି ଗ୍ରାମରେ ଅଘଟଣ ଘଟିଯାଇଥିଛି। ବିଲକୁ ପାଣି ମଡାଇ ବାକୁ ଯାଇ ସାପକାମୁଡାରେ ଦୁଇ ଦିନ ପରେ ମୃତ୍ୟୁ ବରଣ କଲେ ଗ୍ରାମର ୭୦ ବର୍ଷିୟ ବୃଦ୍ଧ ରୁହିଆ ସିଂ। ସୂଚନା ଅନୁସାରେ ଗତ ୨୬ ତାରିଖ ରାତି ୪ ଟା ସମୟରେ ରୁହିଆ ସିଂ ବିଲକୁ ପାଣି ମଡାଇ ବାକୁ ଯାଇଥିବା ବେଳେ ବିଲରେ ସାପ କାମୁଡିଥିଲା । ହେଲେ ରୁହିଆ ଘରକୁ ଆସି ଉକ୍ତ ଘଟଣା ସମ୍ପର୍କରେ କାହାରିକୁ କିଛି କହିନଥିଲେ। ଗତକାଲି ରାତିରେ ଖାଇ ସାରି ସମସ୍ତେ ଶୋଇ ଯାଇଥିଲେ। ତେବେ ରାତି ପ୍ରାୟ ୩ ଟା ସମୟରେ ରୁହିଆଙ୍କ ମୁହଁ ଏବଂ ପରିସ୍ରାରେ ରକ୍ତ ବାହାରୁଥିବାରୁ ପରିବାର ଲୋକେ ତୁରନ୍ତ ଜିକେଭଟର ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୭/୨୩ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Post a Comment

Previous Post Next Post