ଜଳେଶ୍ୱର ୨୮/୭ (ଜଗନ୍ନାଥ ଗୋଛାୟତ) ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଛକ ନିକଟରେ ଜଣେ ଟ୍ରକ ଚାଳକଙ୍କ ଅସ୍ୱାଭାବିକ ମୃତ୍ୟୁ ହେ୯ାଇଥିବା ଜଣାଯାଇଛି । ତାମିଲନାଡୁରୁ କୋଲକତା ଅଭିମୁଖେ ଯାଉଥିବା ଏକ ନିର୍ଦ୍ଦିଷ୍ଟ କମ୍ପାନୀର ୪ଟି ଟ୍ରକ ଚାଲନ୍ତିଠାରେ ଅଟକି ଥିଲା । ଚା ପିଇବାଲାଗି ନିକଟସ୍ଥ ରତିକାନ୍ତ ଗିରିଙ୍କ ଦୋକାନକୁ ଯାଇଥିଲେ । ଟ୍ରକ ଚାଳକ ପି. ଲକ୍ଷ୍ମଣ ଚା ପିଉଥିବା ବେଳେ ହଠାତ୍ ତଳେ କଚାଡି ପଡିଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଡ୍ରାଇଭର ମାନେ ତାଙ୍କୁ ସେଠାରୁ ଜିକେଭଟ୍ଟର ହସ୍ପିଟାଳକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୬୦ ଜାତୀୟ ରାଜପଥରେ ଟ୍ରକ ଚାଳକଙ୍କ ଅସ୍ୱାଭାବିକ ମୃତ୍ୟୁ
ଆଜତକ ଓଡ଼ିଶା
0
Post a Comment