ଜଳେଶ୍ବର,୨୩/୬ (ଜଗନ୍ନାଥ ଗୋଛାୟତ) ସତରେ ମା' ଶବ୍ଦ ଟି କେତେ ମଧୁର ଓ କୋମଳ। ଯେଉଁ ମା' _ ତାର ସନ୍ତାନକୁ ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଜନ୍ମ ଦିଏ ଏବଂ ସମସ୍ତ କଷ୍ଟ କୁ ଭରଣ କରି ସେ ତାର ସନ୍ତାନକୁ ଲାଳନ ପାଳନ କରି, କେତେ ଅଳି ଅର୍ଦ୍ଦଳି ସହ୍ୟ କରି ଏ ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି କରିବାର ସ୍ୱପ୍ନ ଦେଖେ ଏବଂ ତା ସନ୍ତାନଙ୍କ ପାଇଁ ମନ୍ଦିର ରେ ମାନସିକ କରେ। ସମସ୍ତ ଦୁଃଖ କଷ୍ଟ କୁ ବରଣ କରି ତାର ସ୍ନହ ଭରା ପଣତ କାନିରେ ସମସ୍ତ ବାଧାବିଘ୍ନ ରୁ ରକ୍ଷା କରିବା ସହିତ ଅସରନ୍ତି ଆନନ୍ଦ ଭରି ଦିଏ। ସେଇଥିପାଇଁ ତ ମା ଆଜି ସର୍ବତ ବନ୍ଦନୀୟ ଓ ପୋଜିତା । ଆଜି ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସେଇ ଭଳି ଏକ ମା' ଆଜି ଅଲୋଡା, ଅବହେଳିତ।ପେଟକୁ ମୁଠାଏ ଦାନା ଦେବାକୁ ତାଙ୍କୁ ବାର ଦ୍ଵାର ହେବାକୁ ପଡୁଛି। ଏହି ଘଟଣାଟି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଠାରୁ ପନ୍ଦର କିଲୋମିଟର ଦୂର ତେନ୍ତୁଳିଆ ଗ୍ରାମର ରୁକ୍ମଣୀ ବାରିକ ଙ୍କ ପରିବାର ର। ବାର୍ଦ୍ଧକ୍ୟ ର ପରିଣତ ବୟସରେ ମା କୌଣସି କଥା ଶୁଣି ପାରନ୍ତି ନାହାନ୍ତି କି କାମ ଧନ୍ଦା କରି ପାରନ୍ତି ନାହିଁ।ନା ଅଛି ଘର,ନା ଅଛି ଚଳିବା ପାଇଁ ଅର୍ଥ ଆଉ ରେସନ ପାଣି କଥା ତ ବହୁତ ଦୂରର ।ସନ୍ତ ସନ୍ତିଆ ଘରେ ବିତୁଛି ଏହି ବୃଦ୍ଧା ମା ର ଜୀବନ। ଘରକୁ ମରାମତି କରିବା ପାଇଁ ପାଖରେ ଅର୍ଥ ସାଜିଛି ବାଧକ।କାରଣ ପରିବାର ର ରୋଜଗାର ବୋଲି କିଛି ନାହିଁ। ଦୁଃଖ ଏତିକିରେ ସରିନାହିଁ ତାଙ୍କର ଯେଉଁ ଝିଅ ଅଛନ୍ତି ସେ ମଧ୍ୟ ଦୁନିଆଁକୁ ଦେଖି ପାରନ୍ତି ନାହିଁ କାରଣ ସେ ଦୃଷ୍ଟି ବାଧିତ।ଦୁଃଖ ଯେତେବେଳେ ଆସେ ଯେମିତି ତାର ବନ୍ଧୁ ବାନ୍ଧବ କୁ ସାଙ୍ଗରେ ଧରି ଆସେ।ମା '' ଆଜି ଦୃଷ୍ଟି ବାଧିତ ଝିଅ କୁ ଧରି ଲୁହ ଗଡାଇବା ଛଡ଼ା ବିକଳ୍ପ କିଛି ନାହିଁ ।କେତେ ବା ବାର୍ଦ୍ଧକ୍ୟ ଅବସ୍ଥାରେ ଆଉ ଦୁଃଖ କଷ୍ଟ ସହିବେ। ସ୍ଵାମୀଙ୍କ ମୃତ୍ୟୁ ପରେ ଆଜି ଧର୍ମ ପତ୍ନୀ ଓ ଝିଅ ଆଜି ଅସହାୟ,ବେସାହାରା। ଗୋଟିଏ ଓଳି ଚୁଲି ଜଳୁଛି ତ ଆଉ ଗୋଟିଏ ଓଳି ଭୋକିଲା ରହିବାକୁ ପଡୁଛି।ସାହାରା କେବଳ ମା ପାଉ ଥିବା କେଇ କେଜି ଚାଉଳ ଓ ଭତ୍ତା ଟଙ୍କା।ଏହି ଦୁଃଖଦ ଘଟଣା ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଠାରେ ଗଢିଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ ର ସଭାପତି -ମାନସ ରଞ୍ଜନ ଧଳ ଙ୍କୁ ଅବଗତ କରାଇବା ପରେ ହେଲ୍ପ ଫର ୟୁ ଫାଉଣ୍ଡେସନ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଅଣ୍ଟା ଭିଡ଼ିଥିଲେ ଏହି ଅସହାୟ ପରିବାର ମୁହଁରେ ହସ ଫୁଟାଇବା ପାଇଁ। ଆଜି ହେଲ୍ପ ଫର ୟୁ ଫାଉଣ୍ଡେସନ ର କର୍ମ କର୍ତ୍ତା ମାନେ ଅସହାୟ ମା ଓ ଝିଅ ପାଖରେ ପହଞ୍ଚି ,,,ଚଳିବା ପାଇଁ କିଛି ମାସର ରେସନ ସାମଗ୍ରୀ,ପନିପରିବା ଚାଉଳ, ମୁଢ଼ି ପରିବାରକୁ ନୂତନ ବସ୍ତ୍ର ଓ ଆଠ ହଜାର ଆର୍ଥିକ ସହାୟତା ମଧ୍ୟ କରିଛନ୍ତି।କାରଣ ସାହାଯ୍ୟ କରିବା ପାଇଁ କେବଳ ଧନର ଆବଶ୍ୟକତା ପଡ଼େ ନାହିଁ ତା ପାଇଁ ଗୋଟିଏ ଭଲ ମନର ଆବଶ୍ୟକତା ପଡି ଥାଏ। ସତରେ ଏହି ଭାଇ ଭଉଣୀ ମାନଙ୍କର ମହାନତା ପଣିଆ ଆଜି ଜୀବନର ମୂଲ୍ୟ ବୋଧତାକୁ ବୁଝାଇ ଦେଉଛି ଯେ ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ। ଏହି ମହାନ କାର୍ଯ୍ୟ କୁ ବୁଦ୍ଧି ଯିବି ମହଲରେ ବେଶ ପ୍ରଶଂସା କରାଯାଇଛି।

Post a Comment