ଜଳ କଷ୍ଟ ରେ ଅତିଷ୍ଠ ଘଣ୍ଟିଗୁଡା ଗ୍ରାମ ବାସୀ


ନୂଆପଡ଼ା (ପରମେଶ୍ବର ମେହେର) ଭାରତ ବର୍ଷ ର ପାଞ୍ଚଟି ରାଜ୍ୟ ରେ ପ୍ରବଳ ବର୍ଷା ଯୋଗୁଁ ପ୍ରଲଙ୍କାରୀ ବନ୍ୟା ଘେରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ବେଳେ ଏମିତିବି କିଛି ଜନବସତି ଅଛି ପାନୀୟ ଜଳ ର ଅଭାବ କୁ ନେଇ ସଙ୍କଟ ରେ ପଡିଛନ୍ତି।ଆରମ୍ଭ ହୋଇସାରିଛି ଶ୍ରାବଣ ୠତୁ ମୌସୁମୀ ଆଗମନର କୌଣସି ବାତାବରଣ ନାହିଁ।ଅଲ୍ପକିଛି ଦିନ ପରେ ଜଳଜନିତ ସଂକ୍ରମଣ ଦ୍ୱାରା ଡାଇରିଆ, ମଶା ପ୍ରାଦୁର୍ଭାବ ରେ ମ୍ୟାଲେରିଆ ,ତଥା ଅନ୍ୟାନ୍ୟ ରୋଗ ବ୍ୟାପିବା ଆରମ୍ଭ ହୋଇଯିବ ଏହି ପରିସ୍ଥିତି ରେ ଯଦି ବିଚାର କରିବା ତେବେ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଲିଟିସର୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।ଗ୍ରାମର ଦୁଇଟି ପଡ଼ା କୁ ମିସାଇଲେ ଘର ସଂଖ୍ୟା ପାଖାପାଖି ୧୩୦ ରୁ ଉର୍ଦ୍ଧ୍ବ ହେବ।ପ୍ରତ୍ୟେକ ଘରକୁ ନଲ ପ୍ରତେକ ଘରକୁ ଜଳ କେବଳ ପ୍ରଚାର ପ୍ରସାର ମାତ୍ର, ଗ୍ରାମରେ ଜଳଯୋଗାଣ ପାଇଁ ପାଇପ ସଂଯୋଗ ହୋଇନାହିଁ ଭରସା କେବଳ ଏକ ମାତ୍ର ନଳକୂପ ତାହାପୁଣି ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଏଳଘଣ୍ଟା ପରିଶ୍ରମ କଲେ ପାଣି ବାହାରୁଛି।ଏସମ୍ପର୍କରେ ସ୍ଥାନୀୟ ଲୋକପ୍ରତିନିଧି ଠୁ ଆରମ୍ଭ କରି ଦାଇତ୍ୱ ରେ ଥିବା ଜଳଯୋଗାଣ ଯନ୍ତ୍ରୀ ଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି।ଏହି ଜନବସତି ର ଅନ୍ୟ ଏକ ପଡ଼ା ର ଜନସାଧାରଣ ପାଣି ନେବାକୁ ଦୁଇ କିଲୋମିଟର କାଦୁଅ ପୂର୍ଣ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ।ବିଜୁଏକ୍ସପ୍ରେସ ୱେ ରୁ ମାତ୍ର ତିନି କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ ତଥାପି ମଧ୍ୟ ଉପାନ୍ତ ଅଞ୍ଚଳପରି ଦୃଶ୍ୟମାନ ହୋଇଥାଏ।ଗ୍ରାମ ର ବିକାଶ ପାଇଁ ଲୋକେ ପ୍ରଶାସନ କୁ ଅନୁରୋଧ କରିଛନ୍ତି।

Post a Comment

Previous Post Next Post