ବାଲେଶ୍ଵର, ୧୬/୭ (ଲକ୍ଷ୍ମୀଧର ବାରିକ) ବସ୍ତା ବ୍ଲକ ଗୁଡ଼ିଖାଳ ସ୍ଥିତ କୁଳିଦା ଜନସେବା କେନ୍ଦ୍ର ପକ୍ଷରୁ ସିଏସସି ଏସପିଭିର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ଏବଂ ଜିଲ୍ଲା ରକ୍ତଦାତା ସଂଘ ମିଳିତ ସହଯୋଗରେ ଜନସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା। ବସ୍ତା ଏସଡିପିଓ ଜଳନ୍ଧର ଜାଲି ଓ ସ୍ତମ୍ବକାର ତଥା ସମାଜସେବୀ ସୁଦର୍ଶନ ଦାସ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ସିଏସସିର ଜିଲ୍ଲା ପରିଚାଳକ ଅରୂପ କୁମାର ମହାପାତ୍ର ଓ ଦେବପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ତଥା ପରିବେଶବିତ ସୁମନ୍ତ ଜେନା, ସରପଞ୍ଚ ଅର୍ଣ୍ଣପୁନା ସେନାପତି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତି, ଶିକ୍ଷକ ପିତାମ୍ବର ନାୟକ, ଗୋପାଳ କୃଷ୍ଣ ମହାପାତ୍ର, ସରପଞ୍ଚଙ୍କ ପ୍ରତିନିଧି ଜୟକୃଷ୍ଣ ସେନାପତି, ବ୍ୟାଙ୍କ କର୍ମଚାରୀ ଅଶ୍ଵିନୀ କୁମାର ଦାସ ଓ ନୀଳଗିରି ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ତ୍ରିନାଥ ପାଳ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଭଳି ସମୟରେ ରକ୍ତର ଅଭାବକୁ ପୂରଣ କରିପାରୁଥିବାରୁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଡ଼ା. ପାଳଙ୍କ ନେତୃତ୍ୱରେ ନୀଳଗିରି ରକ୍ତଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। କୁଳିଦା ଜନସେବା କେନ୍ଦ୍ର ଉଦ୍ୟକ୍ତା ଜନ୍ମେଜୟ ପରିଡା ଶିବିରକୁ ପରିଚାଳନା କରିଥିବାବେଳେ ଗଣେଶ ଚନ୍ଦ୍ର ନାୟକ, ଶିକ୍ଷକ ଅଭିମନ୍ୟୁ ପ୍ରଧାନ, ଗିରିଜା ଶଙ୍କର ପ୍ରଧାନ, ଶିକ୍ଷୟତ୍ରୀ ଯୁଗଶ୍ମିତା ଭୂୟାଁ, ଚିତ୍ତ ରଞ୍ଜନ ପରିଡା, ଅରୁଣ ଲେଙ୍କା, ଅରୁଣ ପରିଡା, କାହ୍ନୁ ଚରଣ ଚୌଧୁରୀ, ଅଞ୍ଜନ ଦତ୍ତ, ବଙ୍କିମ ଵେହେରା, ରାଧାଶ୍ୟାମ ଗିରି, ସପନ କୁମାର ବେହେରା, ମଧୁସୂଦନ ବେହେରା, ମଧୁସୂଦନ ଦତ୍ତ, ଚର୍ତୁଭୁଜ ହାତୀ, ବସ୍ତା ବ୍ଲକ ସମ୍ବାଦ ପ୍ରତିନିଧି ରବିନାରାୟଣ ଶତପଥୀ, ରାଜଘାଟ ସମ୍ବାଦ ପ୍ରତିନିଧି ବଂଶୀଧର ସାହୁ ଏବଂ ଗୁଡିଖାଳ ବଜାର କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Post a Comment