ଜଳେଶ୍ଵର ୨୨/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର ୧୪ଟି ପଞ୍ଚାୟତର କଂଗ୍ରେସ ଦଳର ମହିଳା କର୍ମୀଙ୍କୁ ନେଇ ମହିଳା ସମାବେଶ ରାଜଘାଟ ବାରୁଣୀ ପଡ଼ିଆ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ନାରୀ ନେତ୍ରୀ ଅଞ୍ଜଳି ପ୍ରଧାନଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଭାବେ ବାଲିଆପାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ନାୟକଙ୍କ ସହ ଅନେକ ମହିଳା ସରପଞ୍ଚ, ସମିତି ସଦସ୍ୟାଙ୍କ ସହ ବହୁ ମହିଳାମାନେ ଯୋଗ ଦେଇ ଉଭୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ ଦଳରେ ରହି ଥିବାରୁ ଶାସକ ଦଳର ନେତୃତ୍ବ ମାନେ ପଞ୍ଚାୟତ ସ୍ତରରେ ଅଣଦେଖା କରୁଥିବା ବେଳେ ବିଭିନ୍ନ ସରକାରୀ ସହାୟତା ରୁ ଜନ ସାଧାରଣ ବଞ୍ଚିତ ହେଉଥିବା କହିଥିଲେ। ଉଭୟ ବିଜେପି ବିଜେଡ଼ି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମଧ୍ୟ କହିଥିଲେ।ସରକାର ଅନ୍ୟତମ ଅତିଥି ଭାବେ ରାଜ୍ୟ କଂଗ୍ରେସ ଦଳ ପ୍ରବକ୍ତା ସୁଦର୍ଶନ ଦାସ, ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ରବିନ୍ଦ୍ର ଭଞ୍ଜ, ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା, ନାବରା ସରପଞ୍ଚ ନଗେନ୍ଦ୍ର ସିଂହ, ନାବରା ସମିତି ସଭ୍ୟା ସାକର ହେମ୍ରମ, ପାଉଁଶକୁଲି ସମିତି ସଭ୍ୟା ସୁମିତ୍ରା ପାତ୍ର, ନାରୀନେତ୍ରୀ ସିଙ୍ଗଲା ୱାର୍ଡ଼ ସଭ୍ୟା ସୁମିତ୍ରା ସେନାପତି ପ୍ରମୁଖ ଯୋଗଦେଇ ନାରୀମାନେ ଏକତ୍ରିତ ହୋଇ ଚେଷ୍ଟା କଲେ ସମସ୍ତ କାର୍ଯ୍ୟ କରି ପାରିବେ ବୋଲି କହିଥିଲେ।କେବେବି ନିଜକୁ ଅସହାୟ ମନେ କରିବା ଉଚିତ ନୁହେଁ। ସରକାର ଙ୍କ ସମସ୍ତ ସୁବିଧା ଥିବା ସତ୍ବେ ମଧ୍ୟ ନାରୀ ଆଜି ବି ଅବହେଳିତ ଅବସ୍ଥାରେ ରହି ଆସୁଥିବା ବେଳେ ସର୍ବଦା ଅନ୍ୟ ଉପରେ ନିର୍ଭର କରିବା ସହିତ ସମସ୍ତ ସ୍ଥାନରେ ନିର୍ଯ୍ୟାତନା ର ଶିକାର ହେଉଛନ୍ତି। ତେଣୁ ସମସ୍ତ ନାରୀ ସମାଜରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଲଢେଇ ଜାରି ରଖିବାକୁ ନେତୃତ୍ବ ମଣ୍ଡଳୀ ଆହ୍ବାନ ଦେଇଥିଲେ ଓ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ନାରୀମାନେ ଏକ ହୋଇ ଉଭୟ ବିଜେପି ବିଜେଡ଼ି ଦଳକୁ ପରାସ୍ତ କରିବାକୁ ଆହ୍ଵାନ ଦେଇଥିଲେ।

Post a Comment