ଜଳେଶ୍ୱର, (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ତହସିଲ ଅଧିନରେ ଥିବା ବାଲି ସୈାରାତ ଗୁଡିକ ସରକାରୀ ଭାବେ ବନ୍ଦ ଥିବା ବେଳେ ବେସରକାରୀ ଭାବେ ନିତିଦିନ ବାଲି ଉଠାଣ ହେଉଥିବାର ଦେଖିବାକୁ ମିଳୁଛି । ତହସିଲର ରାଜସ୍ୱ ନିରିକ୍ଷକ(ଆର୍.ଆଇ) ମାନଙ୍କର ନିଜସ୍ୱ ତତ୍ୱବଧାନରେ ଏହି ବାଲି ସୈାରାତ ଗୁଡିକରୁ ଭୋର ୩ଟାରୁ ସକାଳ ୮ଟା ଯାଏ ବିଧିବଦ୍ଧ ଭାବେ ଚାଲୁଛି । ଅବଶ୍ୟ ଫରକ ଏତିକି ଯେ ବାଲିଖାଦାନରୁ ଆଦାୟ ହେଉଥିବା ଅର୍ଥ ସରକାରୀ ତହବିଲକୁ ନ ଯାଇ ନିଜସ୍ୱ ତହବିଲରେ ଜମା ହେଉଛି । ଅବଶ୍ୟ ସମସ୍ତ ଅର୍ଥ ନିଜେ ନ ନେଇ ତାର ଭାଗମାପ ଅନୁଯାୟୀ ବଣ୍ଟନ କରୁଛନ୍ତି ବୋଲି ପ୍ରକାଶ କରୁଛନ୍ତି । ଏଥିପାଇଁ ସରକାର ନିୟମ ଦାୟୀ ବୋଲି ତହସିଲର ନିଜନିଜ କ୍ଷେତ୍ରରେ କାର୍ଯ୍ୟକରୁଥିବା ଆର.ଆଇ ମାନେ ମତବ୍ୟକ୍ତ କରିଛନ୍ତି । ସେମାନଙ୍କର ଯୁକ୍ତି ଅନୁଯାୟୀ ସରକାର ଏନ୍ଜିଟିର ନାମ ନେଇ ଦୀର୍ଘଦିନ ଧରି ବାଲି ଖାଦାନ ଗୁଡିକ ବନ୍ଦ କରିଦେବା ଫଳରେ ଜଳେଶ୍ୱର ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମ ବା ସହରରେ ହେଉଥିବା ସରକାରୀ ବା ନିଜସ୍ୱ ନିର୍ମାଣ କାର୍ଯ୍ୟ ସଂମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା । ଲୋକମାନେ ଘରଦ୍ୱାର କରି ପାରିଲେ ନାହିଁ । ସରକାରୀ ପ୍ରଶାସନ ଅଧିକାରୀ ମାନେ ନିଜନିଜ ହାତବାନ୍ଧି ବସିଗଲେ । ଏହି ସମସ୍ୟାର ଦୂରି କରଣ ପାଇଁ ବିଭିନ୍ନ ବାଲି ଖାଦାନର ମାଲିକ, ଟ୍ରାକ୍ଟର ମାଲିକ, ଠିକାଦାର ଏବଂ ଖାଦାନରେ କାର୍ଯ୍ୟ କରୁଥିବା ଲୋକମାନେ ରାଜସ୍ୱ ନିରିକ୍ଷକ ମାନଙ୍କ ପାଖରେ ବାରଂବାର ନିବେଦନ ଆବେଦନ କରିବା ସହିତ ମୋଟା ଅଙ୍କର ଅର୍ଥ ଦେବାର ପ୍ରତିଶ୍ରୁତି ତଥା ଅଗ୍ରୀମ ଭାବେ ଜମା କରିବା ପରେ ରାଜସ୍ୱ ନିରିକ୍ଷକ (ଆର.ଆଇ) ମାନେ ଲୋକଙ୍କ ହିତକୁ ଚାହିଁ ଏହି ବେଆଇନ ବାଲି ଚାଲାଣ କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କେତେକ ଆର.ଆଇ ନିଜନାମକୁ ଗୁପ୍ତରଖି ସୂଚନା ଦେଇଛନ୍ତି । ତେଣୁ ବର୍ତମାନ ସୁବର୍ଣ୍ଣରେଖା ନଦୀର ବାଲିଆପାଳ, ବସ୍ତା ଓ ଜଳେଶ୍ୱର ଅଧିନରେ ଥିବା ନଦୀକୂଳ ଗ୍ରାମ ଗୁଡିକର ଲୋକମାନେ ପ୍ରତିଦିନ ଶହଶହ ଟ୍ରାକ୍ଟର ଓ ଡମ୍ପର ଦ୍ୱାରା ବାଲି ଉଠାଇ ପଶ୍ଚିମବଙ୍ଗକୁ ଚାଲାଣ କରି ଦୁଇପଇସା ଆୟ କରୁଥିବାବେଳେ ନିଜ ଅଂଚଳକୁ ମଧ୍ୟ ବାଲି ଯୋଗାଇ ଦେଇ ପାରୁଛନ୍ତି । ସରକାର ଖାଦାନ ସୁରୁଖୁରରେ ଚଳାଇ ପାରୁ ନଥିବା ବେଳେ କିଛି ଲୋକଙ୍କ ଦ୍ୱାରା ଖାଦାନ ଚଳାଇବା ସହିତ ଅଧିକାଂଶ ଗ୍ରାମବାସୀ ଲାଭାନ୍ନିତ ହେଉଥିବାର ଦେଖିବାକୁ ମିଳୁଛି । ଅବଶ୍ୟ ଏଥିନେଇ ବିଭିନ୍ନ ସମୟରେ ନିଜର ସ୍ୱାର୍ଥପାଇଁ ଜନ ଗଣ ଅଧିନାୟକ ବର୍ଗର ପଦାଧିକାରୀମାନେ ସ୍ୱର ଉତଳନ କରୁଥିବାରୁ ବାଧ୍ୟ ହୋଇ ତହସିଲ ପକ୍ଷରୁ ସର୍ତ ମାନୁ ନଥିବା ଟ୍ରାକ୍ଟର ଗୁଡିକୁ ଜବତ କରାଯାଇ ଫାଇନ କଟାଯାଇ ସରକାରୀ ରାଜସ୍ୱ ବିଭାଗରେ ଜମା କରାଯାଉଛି । ଏହି କ୍ରମରେ କିଛିଦିନ ଧରି ଜଳେଶ୍ୱର ତହସିଲ ପକ୍ଷରୁ ବହୁ ଟ୍ରାକ୍ଟରକୁ ଜବତ କରାଯାଇଥିବା ଦେଖିବାକୁ ମିଳିଛି । ଗତ ୨ୟ ଶନିବାର ଛୁଟି ଦିନ ଓ ରବିବାର ଛୁଟିଦିନ ପାଇଁ ବାଲି ଉଠାଇବାକୁ ଅନୁମତି ଥିବାବେଳେ ସୋମବାର ଓ ମଙ୍ଗଳବାର ଦିନ ଅତ୍ୟଧିକ ବାଲି ଉଠାଉଥିବାରୁ କିଛି ଟ୍ରାକ୍ଟରକୁ ଜବତ କରାଯାଇଥିବାର ଦେଖିବାକୁ ମିଳିଛି । ତେଣୁ ଏଥିରେ ତହସିଲଦାର ବା ଆର.ଆଇ ମାନଙ୍କର ମଧୂଚନ୍ଦ୍ରିକା କହିବା ଠିକ ନୁହେଁ ବୋଲି ଅଧିକାରୀ ମାନେ କହିଛନ୍ତି।

Post a Comment