ବାଲେଶ୍ଵର,୧୯/୬ (ଜଗନ୍ନାଥ ଗୋଛାୟତ) ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ଼ର ଚେୟାରମେନ ସ୍ୱର୍ଗତ ଶ୍ରୀ ହରି ଶଙ୍କର ସିଙ୍ଘାନିଆଙ୍କ ୯୦ ତମ ଜନ୍ମ ଦିନ ଅବସରରେ ଆଜି ବାଲେଶ୍ଵର ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ଼ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ - ଆମ ଓଡ଼ିଶା ମିଳିତ ସହଯୋଗରେ ତାମୂଳିଆ ଗେଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ଵର ଜୁନର ଟେକନିକାଲ ଅଫିସର ଇଂ.ଚିନ୍ମୟ ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଜେକେ ଲକ୍ଷ୍ମୀ ସିମେଣ୍ଟର ବାଲେଶ୍ଵରର ବିଶ୍ୱାଳ ଡିଷ୍ଟବୁଟର ଶ୍ୱେତାଧିକାରୀ ମୁକିକାନ୍ତ ବିଶ୍ୱାଳ ଓ ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ମିଳିତ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ସମ୍ପାଦକ ଇଂ.ହୃଷିକେଶ ସାହୁ, ସମାଜସେବୀ ନିରଞ୍ଜନ ମୈକାଫ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଉପାଧ୍ୟାୟଙ୍କ ନେତୃତ୍ୱରେ ଟେକ୍ନିସିଆନ ରାଜେଶ ମିଶ୍ର, ଅକ୍ଷୟ କୁମାର ଜେନା ଓ ବିଜୟ କୁମାର ପଟ୍ଟନାୟକ ରକ୍ତ ସଂଗ୍ରହ କରିଥିଲେ। ଶବିରରୁ ୧୯ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବିଶ୍ୱାଳ ଡିଷ୍ଟବୁଟର ମ୍ୟାନେଜର ସଞ୍ଜୀବ କୁମାର ବାରିକ, ମନ୍ମୟ ଦାସ, ରୋହିଣୀ ପ୍ରସାଦ ପତି, ସମ୍ବାଦ-ଆମଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ ଡିଷ୍ଟବୁଟରମାନେ ସହଯୋଗ କରିଥିଲେ।

Post a Comment