ରକ୍ତଦାତାଂକୁ ସମ୍ବର୍ଦ୍ଧନା ଓ ଡା. ମହେଶ ବିଶ୍ବାଳଂକ ସ୍ମୃତି ସଭା


ଜଳେଶ୍ବର ୧୯/୦୬ (ଜଗନ୍ନାଥ ଗୋଛାୟତ) ବାହାନଗା ରେଳ ଦୂର୍ଘଟଣାରେ ଆହତଂକ ପାଇଁ ନୀଳଗିରି ରକ୍ତ କେନ୍ଦ୍ରରେ ରକ୍ତ ଦାନ କରିଥିବା ରକ୍ତ ଦାତା ଓ ରକ୍ତଦାନ ଶିବିର ଆୟୋଜକ ମାନଂକୁ ସମ୍ବର୍ଦ୍ଧନା ଜ୍ଞାପନ ଓବଂ ରକ୍ତଦାନ ଅନ୍ଦୋଳନର ମହାନ ପ୍ରେରଣା ଦାତା ଦିବଂଗତ ଡା. ମହେଶ କୁମାର ବିଶ୍ବାଳଂକୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।ଆଜି ନୀଳଗିରି ରକ୍ତକେନ୍ଦ୍ର ସମ୍ମିଳନୀ କକ୍ଷରେ ଉପଖଣ୍ତ ରକ୍ତଦାତା ସଂଘ ଆନୁକୂଲ୍ଯରେ ଆୟୋଜିତ ସଭାରେ ସଂଘର ସଭାପତି ଗୋପାଳ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।ପ୍ରାରମ୍ଭରେ ରେଳ ଦୂର୍ଘଟଣାରେ ମୃତ ଯାତ୍ରୀ,ପରଲୋକଗତ ଡା. ବିଶ୍ବାଳ ଓ ଦେହାନ୍ତ ହୋଇଥିବା ରକ୍ତଦାତା,ସଂଗଠକମାନଂକ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ପଣ୍ତିତ ସୂର୍ଯ୍ୟନାରାୟଣ ଷଡଂଗୀ ବେଦ ମନ୍ତ୍ର ପାଠ କରିଥିଲେ ।ଏହି ସଭାରେ ନୀଳଗିରି ଉପ ଜିଲ୍ଲାପାଳ ମନ୍ଦରଧର ମହାଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ସଂଘର ପ୍ରୟାସକୁ ଧନ୍ୟବାଦ ଦେବା ସହିତ ଦିବଂଗତ ଡା. ବିଶ୍ବାଳ, ରେଳ ଦୂର୍ଘଟଣାରେ ମୃତ ଯାତ୍ରୀଂକ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।
ରକ୍ତଦାତା ସଂଘର ଜିଲ୍ଲା ସଭାପତି କମଲ ଚକ୍ରବର୍ତ୍ତୀ, ସାଧାରଣ ସଂପାଦକ ଇଂ ଡଃ ହୃଷିକେଶ ସାହୁ, ଉପସଭାପତି ଲକ୍ଷ୍ମୀଧର ବାରିକ ଉପଖଣ୍ତ ଚିକିତ୍ସାଧିକାରୀ ଡା. ସରୋଜିନୀ ପ୍ରଧାନ,ରକ୍ତ କେନ୍ଦ୍ର ଅଧିକାରୀ ଡା. ତ୍ରିନାଥ ପାଲ, ଉପଖଣ୍ତ ରକ୍ତଦାତା ସଂଘର ସଂପାଦକ ବିଜୟ ପାତ୍ର,ବରିଷ୍ଠ ଉପଦେଷ୍ତା ରବି ରାଉତ ପ୍ରମୁଖ ଦିବଂଗତ ଡା. ବିଶ୍ବାଳଂକର ସ୍ମୃତିଚାରଣ କରି ତାଂକ ତତ୍ତ୍ବାବଧାନରେ ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ବିଭାଗୀକରଣ ୟୁନିଟ ସ୍ଥାପନ କରାଯାଇଛି ବୋଲି କହିଥିଲେ । ସବୁ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଂକ ପାଇଁ ସେ ଥିଲେ ଅଫୁରନ୍ତ ପ୍ରେରଣାର ଉତ୍ସ । ତାଂକ ବିୟୋଗ ରକ୍ତ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଅପୂରଣୁୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରି ତାଂକ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଗତ ବର୍ଷକ ମଧ୍ୟରେ ପରଲୋକଗତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକମାନଂକ ପ୍ରତି ସଭାରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ବାହାନଗା ରେଳ ଦୂର୍ଘଟଣାରେ ଆହତ ଯାତ୍ରୀଂକ ଚିକିତ୍ସାପାଇଁ ସଂଘର ନିବେଦନ କ୍ରମେ ନୀଳଗିରି ରକ୍ତକେନ୍ଦ୍ରରେ ରକ୍ତଦାନ କରିଥିବା ୧୫୬ ଜଣ ରକ୍ତଦାତାଂକୁ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ମହାଳିକ ଓ ଅନ୍ଯ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ନୀଳଗିରି ରକ୍ତକେନ୍ଦ୍ର ପାଇଁ ରକ୍ତଦାନ ଶିବିର ଆୟୋଜନ କରିଥିବା ସଂଗଠକ ଜୀବନ ବିନ୍ଦୁ, ଆମ ଓଡିଶା, ,ଶିଶିର ମହାପାତ୍ର ଫାଉଣ୍ତେସନ, , ଫିଆଟ ଲକ୍ସ ପ୍ରଭୃତି ସଂଗଠନର କର୍ମକର୍ତ୍ତା,ବରିଷ୍ଠ ସାମ୍ବାଦିକ ଅଶେଷ ସ,ସଂଗଠକ ତପସ୍ବିନୀ ପଣ୍ତା,ଭଗବାନ ମହାନ୍ତି ରକ୍ତ କେନ୍ଦ୍ର ଅଧିକାରୀ, କର୍ମଚାରୀଂକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Post a Comment

Previous Post Next Post