ବାଗ ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଉତ୍ସବ ଅନୁଷ୍ଠିତ


ଜଳେଶ୍ବର,(ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତ ସ୍ଥିତ ବାଗ ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବଙ୍କ ନୂତନ ମହାଦେବ ମନ୍ଦିର ଆଜି ପ୍ରତିଷ୍ଠା ହୋଇ ଯାଇଛି।ଗତକାଲି ମନ୍ଦିର ଉତ୍ସର୍ଗଣ ଓ ଅଧିବାସ ହୋଇଥିବା ବେଳେ ଆଜି ସୋମବର ପ୍ରାତ ସମୟରେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ଶହ ଶହ କଳସ ଶୋଭାଯାତ୍ରା ହୋଇ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବଙ୍କ ର ଅଭିଷେକ, ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ ଆରମ୍ଭ ହୋଇଥିଲା।ପରେ ପରେ ଦିବା ୨ ଘଟିକା ସମୟରେ ପ୍ରସାଦ ସେବନ କରା ଯାଇଥିଲା।ଗ୍ରାମରେ ମହାଦେବ ମନ୍ଦିର ନ ଥିବାରୁ ଉକ୍ତ ମନ୍ଦିର ଟିକୁ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଦିବା ରାତ୍ର ପରିଶ୍ରମ ବଳରେ ଉକ୍ତ ମନ୍ଦିର ନିର୍ମାଣ ହୋଇ ପାରିଛି।ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ତା-୬/୬/୨୦୨୩ ରିଖ ସକାଳ ମହୋତ୍ସବ ଆୟୋଜନ କରାଯାଇ ଘଟୋତ୍ତଳନ ଓ ନାମ ସଙ୍କୀର୍ତ୍ତନ କରାଯିବା ସହିତ ଶ୍ରଦ୍ଧାଳୁ ଓ ଅତିଥି ମାନଙ୍କ ପାଇଁ ତା-୭/୬/୨୦୨୩ ରିଖ ବୁଧବାର ଦିବା ୧୨ ଘଟିକା ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଗ୍ରାମବାସୀଙ୍କ ପକ୍ଷରୁ ଗୋପାଳ ଚନ୍ଦ୍ର ବେହେରା, ବିଶେଶ୍ୱର ଜେନା, ଜୟ ନାରାୟଣ ପାତ୍ର, ଶଶିକାନ୍ତ ପାତ୍ର, ବିରେନ୍ଦ୍ର ନାଥ ଭୂୟାଁ, ରବି ନାରାୟଣ ପାତ୍ର, ଗଦାଧର ଭୂୟାଁ, ଅନିରୁଦ୍ଧ ବାରିକ, ପୂର୍ଣ୍ଣଚନ୍ଦ୍ର ରାଉଳ, ଦୀପକ ଭୂୟାଁ, ସହଦେବ ପାତ୍ର, ରବିନ୍ଦ୍ର ବେହେରା, ଗୌତ୍ତମ୍ ବାରିକ, ତ୍ରିଲୋଚନ ମାଝି, ଦେବ କୁମାର ମାଝି, ନିରଞ୍ଜନ ଦଳାଇ, ମନୋରଞ୍ଜନ ପରିଡ଼ା ଓ ଗ୍ରାମବାସୀ ଜନସାଧାରଣ ଙ୍କୁ ଉକ୍ତ ଉତ୍ସବରେ ଉପସ୍ଥିତ ହେବାକୁ ଅନୁରୋଧ କରା ଯାଉଛି।

Post a Comment

Previous Post Next Post