ଜଳେଶ୍ଵର (ଜଗନ୍ନାଥ ଗୋଛାୟତ) ସିପିଆଇ ଏମ୍ ର ଏକ ପ୍ରତନିଧି ଦଳ ଗତ ୦୨ ତାରିଖ ରେ ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ରାଇବଣିଆ ଥାନା ଖୁଆଡ ଗ୍ରାମ ର ହରେନ୍ଦ୍ର ପାତ୍ର ଓ ରୁହ୍ୟା ଟୁଡୁ ଙ୍କ ପରିବାର କୁ ଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାର କୁ ସମବେଦନା ଜଣାଇଥିଲେ। ହରେନ୍ଦ୍ର ପାତ୍ର ଙ୍କ ପୁଅ ଦିପକ ପାତ୍ର ଏହି ଦୁର୍ଘଟଣା ରେ ଆହତ ହୋଇଛନ୍ତି। ତାପରେ ଗଭୀର ଭାବରେ ଆହାତ ହୋଇଥିବା ବାପି ପାତ୍ର ଯିଏକି କଟକ ରେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ପରିବାର କୁ ସମବେଦନା ଜଣାଇ ଆଶୁ ଆରୋଗ୍ୟ କାମନା କରିଥିଲେ। ସମସ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ଦିନ ମଜୁରିଆ। ଦିନେ କାମକୁ ନ ଗଲେ ତାଙ୍କ ଚୁଲି ଜଳେନା। ଚାରି ଜଣ ଡକା ଡକି ହୋଇ ବିଶାଖାପାଟଣା କୁ ଦାଦନ ଯାଉଥିଲେ। ମାତ୍ର ମୃତ୍ୟୁ ର ତାଣ୍ଡବ ଦାଦନ ଦୁଃଖ ଠୁ ବି ବଳିଗଲା। ରୁହ୍ୟା ଟୁଡୁ ର ୨ ନାବାଳକ ପୁତ୍ର ୬ ବର୍ଷ ଓ ୯ ବର୍ଷ ବୟସର। ଘରେ ୮୫ ବର୍ଷ ର ବୁଢି ମା। ଏକ ଅସହାୟ ପରିବାର। ୨ ନାବାଳକ ପୁତ୍ର ର ପାଠ ପଢିବାର ଦାୟିତ୍ଵ ସିପିଆଇ ଏମ୍ ନେଇଛି। ସିପିଆଇ ଏମ୍ ଦାବି କରୁଛି ଯେ ମୃତକ ଙ୍କ ପରିବାର କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପରିବାର ର ଜଣ କୁ ଚାକିରି ଓ ଗଭୀର ଭାବରେ ଆହାତ ହୋଇଥିବା ବ୍ୟକ୍ତି ଙ୍କୁ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉ। ଉକ୍ତ ପ୍ରତିନିଧି ଦଳ ରେ ଦିଲ୍ଲୀପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ଜୀବନ ପରିଡ଼ା, ରାଜୀବ ପଣ୍ଡା, ନରେନ ସିଂ ପ୍ରମୁଖ ସାମିଲ ଥିଲେ।

Post a Comment