ଜଳେଶ୍ଵର ୦୭/୦୬(ଜଗନ୍ନାଥ ଗୋଛାୟତ) ଦୀର୍ଘ ୫ ଦିନ ଧରି ସାରା ରାଜ୍ୟରେ ଅମଲା ମାନଙ୍କ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି। କାର୍ଯ୍ୟ ବନ୍ଦ ଯୋଗୁଁ ରାଜ୍ୟ ରେ ସମସ୍ତ କାର୍ଯ୍ୟ ଅଚଳ ହୋଇପଡିଛି। ସାଧାରଣ ଲୋକେ ନାହିଁ ନଥିବା ଅବସ୍ଥା ର ସମୁଖୀନ ହୋଇଛନ୍ତି। ଅମଲା ମାନେ ମଇ ମାସ ୨୨ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରିବା ପରେ ଜୁନ ୧ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରି ଧାରଣା ରେ ବସିବା ପରେ ମଧ୍ୟ ରାଜ୍ୟ ସରକାର ଙ୍କ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ। ତୁରନ୍ତ ରାଜ୍ୟ ସରକାର ଅମଲା ମାନଙ୍କ ର ଯୁକ୍ତିଯୁକ୍ତ ଦାବି କୁ ମାନି ନେବା ପାଇଁ ଆଜି ଧାରଣା ସ୍ଥଳରେ ସିପିଆଇ ଏମ୍ ର ନେତା ଦିଲ୍ଲୀପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ପଲ୍ଟୁ ଦାସ, ସବିତା ଭୂୟାଁ ପ୍ରମୁଖ ଧାରଣା ସ୍ଥଳରେ ଆନ୍ଦୋଳନ କୁ ସମର୍ଥନ କରି ବକ୍ତବ୍ୟ ପ୍ରଦାନ କରିଛନ୍ତି। ଜନସାଧାରଣଙ୍କ ସ୍ବାର୍ଥ ଏବଂ ଅମଲା ମାନଙ୍କ ର ମଉଳିକ ଦାବି ପଛରେ ସିପିଆଇ ଏମ୍ ସର୍ବଦା ରହିଛି ଏବଂ ଆଗାମୀ ଦିନରେ ତାଙ୍କ ପଛରେ ଛିଡ଼ା ହେବ ବୋଲି ସିପିଆଇ ଏମ୍ ର ନେତା ମାନେ ପ୍ରକାଶ କରିଛନ୍ତି। ବିଧାୟକ ଓ ସାଂସଦ ମାନଙ୍କ ର ଦରମା ତାଙ୍କ ଇଚ୍ଛା ରେ ବଢିବ, ବଡ଼ ବଡ଼ ବାବୁ ମାନଙ୍କ ର ଦରମା ବଢୁଛି, ସେହି ସମୟରେ ଯେଉଁ ଅମଲା ମାନେ ପ୍ରତ୍ୟକ୍ଷ ଭାବରେ ଜନସାଧାରଣଙ୍କ କାର୍ଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ତାଙ୍କର ଦୋଷ କଣ ବୋଲି ସିପିଆଇ ଏମ୍ ପ୍ରଶ୍ନ କରିଛି।

Post a Comment