ଜଳେଶ୍ବର,୦୭/୬(ଜଗନ୍ନାଥ ଗୋଛାୟତ) ଶୁକ୍ରବାର ସନ୍ଧ୍ୟା ର କାଳ ଚକ୍ରରେ ବାହାନଗା ର ଟ୍ରେନ ଦୁର୍ଘଟଣା ର ଶହ ଶହ ଧଳା ଚାଦର ଭିତରେ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆସିଥିଲା ମୃତ ଦେହ।ଆମେ ସମସ୍ତେ ପିଲା ବେଳେ ପଢିଥିବା ଲୌହ ଦାନବର ରକ୍ତର ଭୋଜି ତାହା ଆଜି ହେଲ୍ପ ଫର ୟୁ ଫାଉଣ୍ଡେସନ ଅତି ନିକଟରୁ ଦେଖିଛି।କେଉଁ ବାପା,ମାଆ ତାଙ୍କ ପୁଅ,ଝିଅ କୁ ହରେଇବା ଦୁଃଖରେ ମୁଣ୍ଡ ପିଟି କାନ୍ଦୁ ଥିବାର ଦୃଶ୍ୟ,ଆଉ କେଉ ନିଷ୍ପାପ ଶିଶୁ ତା ବାପା,ମାଆ ଙ୍କୁ ହରେଇ ବାର ଦୁଃଖ ତ ଆଉ କେଉଁ ଭଉଣି ତା ସ୍ବାମୀଙ୍କୁ ହରାଇ ବାର ଦୁଃଖ ସେ ଦିନ କାଳ ରାତ୍ରୀ ରେ ଅତି ନିକଟରୁ ଦେଖିଥିଲେ ହେଲ୍ପ ଫର ୟୁ ଫାଉଣ୍ଡେସନ ର ସଦସ୍ୟ ସଦସ୍ୟା ମାନେ ।କେତେଯେ ଉଜୁଡି ଯାଇଛି ଅନେକ ସଂସାର। କେତେ ଲୋକଙ୍କୁ ଯେ କନ୍ଦାଇଛି କରମଣ୍ଡଳ, ସେ କରୁଣ କାହାଣୀ ପ୍ରକାଶ କରିବା ସମ୍ଭବ ନୁହେଁ।ଧୃତସ୍ତୁପର କରମଣ୍ଡଳ ଆଜି ଅନେକ ଜୀବନ ଛଡେଇ ନେଇଛି।ଅଶୃର ବନ୍ଧ ଭାଙ୍ଗି କେତେ ବାପା ମାଆ,କେତେ ପୁଅ,ଝିଅ ତାଙ୍କ ସମ୍ପର୍କୀୟ ମାନଙ୍କୁ ସେଇ ଘୋଡି ହୋଇ ଥିବା ଧଳା ଚାଦର ରେ ଖୋଜିଛନ୍ତି ତାହା ନିଜ ଆଖିରେ ଦେଖିଛନ୍ତି ସଙ୍ଗଠନ ର ଭାଇ ଭଉଣୀ ମାନେ। ସେ ଦିନ ବାହାନଗା ର ରକ୍ତ ଯୋଡୁବୁଡୁ ମାଟି ବାହୁନି, ବାହୁନି କାନ୍ଦିଛି ,ଏ କୋଳାହଳ କ୍ରନ୍ଦନ ଶବର ଗହଳି ରକ୍ତର ଛିଟାକୁ ହେଲ୍ପ ଫର ୟୁ ଫାଉଣ୍ଡେସନ ଅତି ନିକଟରୁ ଦେଖିଛି ଏବଂ ଜୀବନ କଣ ବୁଝିଛି, ଅହଂକାର, ଗର୍ବ,ଲୋଭ ଅଭିମାନ ର ମୋହକୁ ସେମାନେ ଅତି ନିକଟରୁ ପଢ଼ିଛନ୍ତି। ଅନେକ ଜୀବନର ଅସୁମାରୀ ସ୍ବପ୍ନ ସେଦିନ ସନ୍ଧ୍ୟା ବେଳଟାରେ ଭାଙ୍ଗି ଯାଇ ଥିଲା।ବହୁତ ଯୁବ ପିଢୀ ମାନଙ୍କର ଭବିଷ୍ୟତ ଗଢିବାର ଅକୁହା କାହାଣୀ ଅଧା ରହିଯାଇଛି। ମାତ୍ର ମୁହୁର୍ତକ ମଧ୍ୟରେ ଅଧା ଲେଖା ପ୍ରତିଟି ପୃଷ୍ଠାରେ କରମଣ୍ଡଳ ଯେମିତି ପୂର୍ଣ୍ଣ ଛେଦ ପକାଇ ଦେଲା ଆଜି ବି ଅନେକ ପରିବାର ଅଛି ସମ୍ପର୍କ ବଞ୍ଚିଛି କିନ୍ତୁ ସମ୍ପର୍କ ବଞ୍ଚାଇବା ପାଇଁ ଦିନ ରାତି ଏକ କରୁ ଥିବା ଲୋକଟା ଶବ ସାଜି ସବୁ ଦିନ ପାଇଁ ଆଖି ବୁଜି ଦେଇଛି।କରମଣ୍ଡଳ ର ବେଦନା ଦାଇକ ଦୁର୍ଘଟଣା ଶରୀରକୁ ଏତେ କ୍ଷତାକ୍ତ କରିଛି ଯେ ମେଡିକାଲ ପୃଷ୍ଠା ଓଲଟାଇ ଥକି ଗଲାଣି ରକ୍ତ ର ସମ୍ପର୍କ।କୋଢ କୋଢ ଗଦା ଧଳା ଚାଦର ଭିତରେ ଯେପରି ଅନେକ ଶବ କହୁଥାଏ ଭାଇ ମାନେ ଆମକୁ ଗାଡିରୁ ଉହ୍ଲାଇ ଦିଅ ଆମ ସମ୍ପର୍କୀୟ ଆସିବେ ଆମକୁ ନେବାକୁ। ସେଇଥିପାଇଁ ତ ହେଲ୍ପ ଫର ୟୁ ଫାଉଣ୍ଡେସନ କିଟି ମିଟି ରାତିକୁ ଖାତିରି ନ କରି ଶରୀରଟା ବିଶ୍ରାମ ଚାହୁଁଥିଲେ ବି ରାତି ଯାକ ଗାଡିରୁ ଶବ ଉହ୍ଲାଇ ବାହାନଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରଖୁଥିଲେ। ସେଠାରେ ଦାଇତ୍ୱରେ ଥିବା ବାଲେଶ୍ଵର ଡିଏସପି ମାନସ ଦେଓ ହେଲ୍ପ ଫର ୟୁ ଫାଉଣ୍ଡେସନ କର୍ମ କର୍ତ୍ତା ମାନଙ୍କ ର ଏହି ଭଳି ସେବା କାର୍ଯ୍ୟ ଓ ଦୃଢ଼ ଇଚ୍ଛାଶକ୍ତି ଦେଖି ପ୍ରଶଂସା କରିଥିଲେ। ପାଖାପାଖି ହେଲ୍ପ ଫର ୟୁ ଫାଉଣ୍ଡେସନ ତେତିଶି ସଦସ୍ୟ ତିନୋଟି ଟିମ କରି ରାତି ଯାକ ଗାଡିରୁ ଶବ ଓହ୍ଲାଇ ଗାଡ଼ିକୁ ପୁଣି ପଠାଉ ଥିଲେ ଶବ ଆଣିବାକୁ। ଯେଉଁ ଥିରେ କି ଆଜି ଅନେକ ପରିବାର ତାଙ୍କ ଶବକୁ ପାଇ ପାରି ଘରକୁ ନେଇ ଯାଇଛନ୍ତି।ରାତି ସାରା କାର୍ଯ୍ୟ ପରେ ତଥାପି ନ ଥକି ଅସୁବିଧାରେ ପଡିଥିବା ଯାତ୍ରି ମାନଙ୍କ ପାଇଁ ଶୁଖିଲା ଖାଦ୍ୟ କୁ ପାଣିର ବ୍ୟବସ୍ଥା ମଧ୍ୟ କରିଥିଲେ ହେଲ୍ପ ଫର ୟୁ ଫାଉଣ୍ଡେସନ।ଏହି ଭାଇ ଭଉଣୀ ମାନଙ୍କର ମହାନତା ପଣିଆ ଆଜି ଜୀବନର ମୂଲ୍ୟ ବୋଧତାକୁ ବୁଝାଇ ଦେଉଛି ଯେ ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ

Post a Comment