ସମାଜ କଲ୍ୟାଣ ପରିଷଦର ମହାନତା ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ମୃତକକୁ ସହାୟତା ପ୍ରଦାନ


ଜଳେଶ୍ୱର ୧୧/୬ (ଜଗନ୍ନାଥ ଗୋଛାୟତ) ଗତ ୨ ତାରିଖ ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଓଡିଶାର ୩୯ଜଣ ମୃତ୍ୟୁବରଣ କରିଥିବା ବେଳେ ଜଳେଶ୍ୱରରୁ ୨ଜଣ ଓ ଅନ୍ୟସ୍ଥାନରୁ ଆସି ଜଳେଶ୍ୱରରେ ଶତକ୍ଷାଲାଭ କରୁଥିବା ଜଣେ ଛାତ୍ରର ମୃତ୍ୟୁରେ ତାଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସମାଜ କଲ୍ୟାଣ ବିକାଶ ପରିଷଦ ଜଳେଶ୍ୱରରେ ଏକ ସ୍ୱେଚ୍ଛାସେବି ସଂଗଠନ । ବିଭିନ୍ନ ସମୟରେ ଜନସାଧାରଣଙ୍କ ସୁବିଧା ଓ ଜଳେଶ୍ୱରର ହକ୍ପାଇଁ ଦାବି ଉପସ୍ଥାପନ, କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରି ସଫଳ ହୋଇ ଆସୁଛନ୍ତି । ଆଜି ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ୧୦ ଦିନ ପାଳନ ଅବସରରେ ଖୁଆର୍ଡର ସ୍ୱର୍ଗତ ହରେନ୍ଦ୍ର ପାତ୍ର ଓ ରୁହ୍ୟା ଟୁଡୁ ଘରକୁ ଏହି ସଂସ୍ଥାର ବହୁ ବରିଷ୍ଠ ସଦସ୍ୟ ଯାଇ ସମବେଦନା ଜ୍ଞାପନ ସହିତ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ମୃତ ହରେନ୍ଦ୍ରରର ପୁଅ ଦୀପକ ଓ ରୁହା୍ୟାର ଦୁଇ ନାବାଳକଙ୍କର ଶିକ୍ଷାଲାଭ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହିତ ଶିକ୍ଷାଲାଭ ଓ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିଲେ । ସେହିପରି ରାସଗୋବିନ୍ଦପୁର ଥାନା ଇଲାକାର ମଂଗଳପୁର ଗାଁର ମୃତ୍ୟୁଞ୍ଜୟ ଦାସଙ୍କ ବଡପୁଅ ଅନୁରାଗ ଦାସ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାରୁ ଏବଂ ସେ ଶାଳିକୋଠାସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ଛାତ୍ର ଥିବାରୁ ତାଙ୍କ ବାପାଙ୍କୁ ୫ହଜାର ଟଙ୍କା ସହାୟତା କରାଯାଇଛି । ଏହି ଘଟଣାରେ ସଂଗଠନର ସଂପାଦକ ଆଇନ୍ଜିବୀ ରାମଚନ୍ଦ୍ର ଜେନା, ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ, ଇଂ ରାମଚନ୍ଦ୍ର ସାହୁ, ରବିନ୍ଦ୍ର ପାତ୍ର, ସତ୍ୟନାରାୟଣ ଦାସ, ଗୌରଗୋପାଳ ସେନ୍, ବନମାଳୀ ଧଳ, ବିନୋଦ ବିହାରୀ ମହାନ୍ତି, ଅବନୀ ଚାନ୍ଦ ପ୍ରମୁଖ ସାକ୍ଷାତ କରିଥିଲେ । କମିଟିର ସଦସ୍ୟମାନେ ଏହି ଅର୍ଥରାଶି ପ୍ରଦାନ କରିଥିବା ସଂପାଦକ କହିଛନ୍ତି ।

Post a Comment

Previous Post Next Post