ଭବାନୀପାଟଣା ୨୨/୦୬ (ଶ୍ୟାମସୁନ୍ଦର ମାଝୀ) ଇତି ମଧ୍ୟରେ ଆନ୍ଦୋଳନ ର ୮୮ଦିନ ବିତିଯାଇଛି।ବିଦ୍ୟାଳୟ ରେ ଝୁଲି ରହିଛି ତାଲା ଆଉ ପରିସରରେ ବସି ରହିଛନ୍ତି ସ୍କୁଲ କମିଟି ,ଅବିଭାବକ ଛାତ୍ରଛାତ୍ରୀ। କେବଳ ଗୋଟାଏ ଦାବି ପ୍ରାଥମିକ ବିଦ୍ୟାଳୟକୁ ଉନ୍ନତ କରାଯାଉ।ପ୍ରଥମ ରୁ ଅଷ୍ଟମ ଶ୍ରେଣୀ କୁ ଉନ୍ନତ କରା ନ ଯିବା ପଯ୍ୟନ୍ତ ଏମିତି ବିଦ୍ୟାଳୟ କୁ ତାଲା ପକେଇ ଅହରହ ଖରାବର୍ଷା ରେ ଆନ୍ଦୋଳନ ଜାରି ରଖିବାକୁ ଅଡ଼ି ରହିଛନ୍ତି ଗ୍ରାମବାସୀ।ଗୋଲାମୁଣ୍ଡା ବ୍ଲକ୍ ଗଣ୍ଡାମେର ପ୍ରାଥମିକ ବିଦ୍ୟାଳୟକୁ ତାଲା ପକେଇ ଆନ୍ଦୋଳନ କରିବା ଘଟଣା ଏବେ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଦୀର୍ଘ ୮୮ଦିନ ତାଲା ବନ୍ଦ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ ଠେଲି ହୋଇ ଯାଇଛି।ଗ୍ରାମବାସୀ ଙ୍କ କହିବା ମତେ ୪ହଜାର ରୁ ଉର୍ଦ୍ଧ୍ବ ଜନବସତି ଗ୍ରାମରେ ଥିବା ବେଳେ ଗତ ୧୯୫୫ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଛି।ପୁଣି ଗ୍ରାମଟି ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ହୋଇଥିବା ବେଳେ ପଞ୍ଚାୟତ ଅଧିନ ସମସ୍ତ ଗାଁ ଲୋକ ଏଠାରେ ନିର୍ଭର କରିଥାନ୍ତି।ଏପରିକି ସରକାରୀ ସ୍ତରରେ ପଞ୍ଚାୟତ ଅନ୍ତର୍ଗତରେ ଗୋଟାଏ ହାଇସ୍କୁଲ ସ୍ଥାପନ ହେବା ନିୟମ ଥିବା ବେଳେ ଏଠି କିନ୍ତୁ ପ୍ରଶାସନ ଓ ସରକାର ଙ୍କ ବେମାତୃ ଭାବ ଯୋଗୁଁ ହାଇସ୍କୁଲ ତ ଦୂର କଥା ପ୍ରାଥମିକ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀ ଯାଏ ଉନ୍ନତ କରଣ କରିବାରେ ଅମଙ୍ଗ ପ୍ରକାଶ କରିଛି ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ବୋଲି କ୍ଷୁବ୍ଧ ଭାବେ ଗ୍ରାମବାସୀ ପ୍ରକାଶ କରନ୍ତି।ଅନ୍ୟପଟେ ଗୋଳାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କହିବା ମତେ ଉକ୍ତ ଗ୍ରାମରେ ଏକ ବେସରକାରୀ ମାଧ୍ୟମିକ ବିଦ୍ୟାଳୟ ରହିଥିବା ଯୋଗୁଁ ଉକ୍ତ ବିଦ୍ୟାଳୟ କୁ ଉନ୍ନତ କରଣ କରିବାରେ ଅସୁବିଧା ହେଉଥିବା ପ୍ରକାଶ କରନ୍ତି।ତେବେ ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଯେଉଁ ମାଧ୍ୟମିକ ବିଦ୍ୟାଳୟ ଗ୍ରାମରେ ସ୍ଥାପନ ହେଇଛି ବାସ୍ତବରେ ଜଣେ ବ୍ୟକ୍ତି ଅନ୍ୟ ଗ୍ରାମ ନାଁ ନେଇ ସ୍ଥାପନ କରିଛନ୍ତି।ତେବେ ଚଳିତ ଶିକ୍ଷା ବର୍ଷ ରେ ଗ୍ରାମର କୌଣସି ଛାତ୍ରଛାତ୍ରୀ ସେହି ବିଦ୍ୟାଳୟ ରେ ନାମ ଲେଖାଇ ନ ଥିବା ଗ୍ରାମଲୋକେ ପ୍ରକାଶ କରିଛନ୍ତି। ଶିକ୍ଷା ବିଭାଗର ନୀରବତା ଭିତରେ ଛାତ୍ରଛାତ୍ରୀ ଭବିଷ୍ୟତ ଅନ୍ଧାର ଭିତରକୁ ଟାଣି ହେଇ ନ ଯାଉ ଏବଂ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସରକାର ତତ୍ପରତା ସହ ଵିଚାର କୁ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଉଛି।ଅନ୍ୟପଟେ ବିଧାୟକ ସ୍ୱତନ୍ତ୍ର ଭାବେ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଲେ ଏହାର ସମାଧାନ ହୋଇ ପାରିବ ଏଥିରେ କୌଣସି ଦ୍ବିଧା ନାହିଁ।ନଚେତ ବିଦ୍ୟାଳୟ ର ମୋଟ ୧୦୪ଜଣ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତ ଭିତରେ ରହିଯିବ ବୋଲି ଗ୍ରାମର ସ୍କୁଲ ସଭାପତି ପ୍ରଦୂସ ନାଏକ,ଧନିରାମ ମାଝୀ,ମହେନ୍ଦ୍ର ନାଏକ,କମଳାକାନ୍ତ ମଶ୍ରା, ପରୀକ୍ଷିତ ନାଏକ,ଅଙ୍ଗଦ ନାଏକ,ରାହାସ ନାଏକ, ସୁରେଶ ନାଏକ,ଭାଗଗ୍ରାହୀ ନାଏକ,ସଞ୍ଜୀବ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି।

Post a Comment