ବାଲେଶ୍ବର ୧୪/୬ (ଜଗନ୍ନାଥ ଗୋଛାୟତ) ବିଂଶତମ ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ଆଜି ଜିଲ୍ଲା ରକ୍ତଦାତା ସଂଘ, ବାଲେଶ୍ବର ପକ୍ଷରୁ ସ୍ଥାନୀୟ ବ୍ରିଟ କଲ୍ଯାଣ ମଣ୍ତପ ଠାରେ ଉତ୍ସବ ପାଳିତ ହୋଇଛି । ପ୍ରାରମ୍ଭରେ ଆଜି ସକାଳେ ହୃଦଘାତରେ ପରଲୋକ ହୋଇଥିବା ଜିଲ୍ଲା ରକ୍ତ କେନ୍ଦ୍ରର ସ୍ବତନ୍ତ୍ର ଅଧିକାରୀ ବରିଷ୍ଠ ଚିକିତ୍ସକ ଡା. ମହେଶ କୁମାର ବିଶ୍ବାଳ, ବାହାନଗା ରେଳ ଦୂର୍ଘଟଣାରେ ମୃତ ଯାତ୍ରୀ, ଗତ ବର୍ଷକ ମଧ୍ୟରେ ଦେହାନ୍ତ ହୋଇଥିବା ରକ୍ତ ଦାତା ଓ ସଂଗଠକମାନଂକ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଂଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାମୀ ବିବେକାନନ୍ଦଂକ ବାଣୀର ଉଦ୍ଧୃତି ଦେଇ ମାନବ ସେବାର ଅନ୍ଯତମ ପ୍ରମୁଖ ବିଭାଗ ରକ୍ତଦାନକୁ ଜୀବନର ଏକ ବ୍ରତ ଭାବରେ ଗ୍ରହଣ କରିବାକୁ ଯୁବ ସମାଜକୁ ପରାମର୍ଶ ଦେଇଥିଲେ । ସେବା କ୍ଷେତ୍ରରେ ବାଲେଶ୍ବର ବାସୀଂକର ଅତୁଳନିୟ ମହନିୟତା ସ୍ବୟଂ ପ୍ରଧାନମନ୍ତ୍ରୀଂକୁ ମଧ୍ୟ ଅଭିଭୂତ କରିଥିବାରୁ ସେ ଜିଲ୍ଲାବାସୀଂକର ଭୂୟସୀ ପ୍ରଶଂସା କରିଥିଲେ । ନୀଳଗିରି ରକ୍ତକେନ୍ଦ୍ରରେ ରକ୍ତସଂଗ୍ରହ ପାଇଁ ତାଂକ ସାଂସଦ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଦେବେ ବୋଲି ଘୋଷଣା କରିବା ସହିତ ସଂଘର ପୃଷ୍ଠପୋଷକ ସଦସ୍ୟ ପଦ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀ ଷଡଂଗୀ ସଂଘର ମୁଖପତ୍ର ସ୍ପନ୍ଦନ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ରକ୍ତ କେନ୍ଦ୍ର ବାଲେଶ୍ବରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ,ସଂଘର ବରିଷ୍ଠ ଉପଦେଷ୍ଟା ବିପ୍ଳବ କୁମାର ମହାନ୍ତି, ଅର୍ଚ୍ଚନା ନନ୍ଦୀ ଯୋଗଦେଇ ନିଜର ବ୍ୟକ୍ତବ ରଖିଥିଲେ। ସଂଘର ସଭାପତି କମଲ ଚକ୍ରବର୍ତ୍ତୀଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସାଧାରଣ ସଂପାଦକ ଇଂ ଡଃ ହୃଷିକେଶ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ସକାଳେ ଜିଲ୍ଲା ରକ୍ତ କେନ୍ଦ୍ରରେ ସଂଘ ପକ୍ଷରୁ ଏକ ସେଚ୍ଛାକୃତ୍ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସଂଘର ଉପଦେଷ୍ଟା ସେକ ଜନତ ହୁସେନ, ରବି ରାଉତ, ନିରଂଜନ ପରିଡା, ସମ୍ପାଦକ ରାଜେଶ କୁମାର ଗିରି, ଗୌରାଂଗ ପାଣିଗ୍ରାହୀ, ଯଶୋଦା ନନ୍ଦ ଆସ,ଉମେଶ ଚନ୍ଦ୍ର ନାୟକ, ରବିକୁମାର ପାଣଗ୍ରାହୀ, ଉପସଭାପତି ଲକ୍ଷ୍ମୀଧର ବାରିକ, ସଂପାଦକ ରାଜେଶ ଗିରି, ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ଯୁଗ୍ମ ସଂପାଦକ ଭଗବାନ ମହାନ୍ତି, କୋଷାଧ୍ୟକ୍ଷ ଅକ୍ଷୟ ତ୍ରିପାଠୀଂକ ସମେତ ଅନ୍ୟ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ଯ ମାନେ ଉତ୍ସବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚିତାକର୍ଷକ ମାଲଖମ୍ବ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଉପ ସଭାପତି ବିଜୟ ପାତ୍ର ଧନ୍ୟବାଦ ଦେଇଥିଲେ । ଜୀବନ ବିନ୍ଦୁର ସଂଯୋଜକ ଶୁଭେନ୍ଦୁ ମଙ୍ଗରାଜ, ଉତ୍ତର ଓଡ଼ିଶା ସଂସ୍କରଣର ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ, ସତ୍ୟସାଇ ସେବା ସଙ୍ଗଠନ ସ୍ଵତନ୍ତ୍ର ସମର୍ଦ୍ଧନା କରାଯାଇଥିଲା। ତାହା ସହ ଅନ୍ୟ ଅନୁଷ୍ଠାନକୁ ମଧ୍ୟ ସମର୍ଦ୍ଧନା କରାଯାଇଥିଲା।

Post a Comment