ରଜପର୍ବ କୁ ନିଆରା ଢଙ୍ଗରେ ପାଳନ କଲେ ହେଲ୍ପ ଫର ୟୁ ଫାଉଣ୍ଡେସନ


ଜଳେଶ୍ବର,୧୪/୬(ଜଗନ୍ନାଥ ଗୋଛାୟତ) ଜୀବନରେ ଆମେ କେତେ ଅର୍ଥ ରୋଜଗାର କରୁଛୁ ତାହା ବଡ଼ କଥା ନୁହେଁ ମାତ୍ର ଆମ ରୋଜଗାର ଅର୍ଥ କେତେ ଅସହାୟ ବେସାହାରା ମାନଙ୍କ ମୁହଁରେ ହସ ଫୁଟାଉଛି ତାହା ଆମ ଜୀବନ ପାଇଁ ବଡ଼।ଏଇ ଅଢେ଼ଇ ଦିନ ଜୀବନରେ ସେଇ ବ୍ୟକ୍ତି ମାନଙ୍କ ର ସ୍ଥାନ ସବୁବେଳେ ଉଚ୍ଚରେ ଥାଏ,,,, ଯିଏ ଅଭାବ ଅନାଟନ ଭିତରେ ରହି ମଧ୍ୟ ଦାନ କରୁଥିଏ ‌। ଓଡ଼ିଶାର ବାର ମାସରେ ତେର ପର୍ବ ପାଳିତ ହୋଇ ଥାଏ।ସେଥି ମଧ୍ୟରୁ ରଜ ପର୍ବ ଟିକେ ନିଆରା । ଆଉ ଏହି ରଜ ପର୍ବ ଆସିଲେ ଗାଁ,ଦାଣ୍ଡ,ସହର ବଜାର,ଚଳ ଚଞ୍ଚଳ ହୋଇ ଉଠିବା ସହିତ ଝିଅ ମାନଂକ ମୁହଁରେ ଖୁସି ଆଣି ଦିଏ।କାରଣ ସୋଇଛି ନୂତନ ବସ୍ତ୍ର, ସହିତ ସୁସ୍ୱାଦୁ କୁ ପୋଡ଼ା ପିଠା ଇତ୍ୟାଦି ଘରେ ସବୁ ହୋଇ ଥାଏ। ମାତ୍ର ଏହି ପରିବାର ରେ ଯେମିତି ଦୁଃଖ ର କଳାବାଦଲ ର ଛାଇ ଘୋଟି ଆସିଛି।ଦୁଖ ଛାଡି ଯିବା ପାଇଁ ପ୍ରସ୍ତୁତ ନୁହେଁ। ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ବାଲେଶ୍ଵର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ କୁଡିଆ ପଞ୍ଚାୟତ ର ବେଗୁନିଆ ଗ୍ରାମ ର ସୀତା ବାସ୍କେଙ୍କ ପରିବାର କଥା କହୁଛୁ। ଗୌରାଙ୍ଗ ବାସ୍କେ ଙ୍ଗର ବୟସ ୪୧ ଓ ତାଙ୍କ ଧର୍ମପତ୍ନୀ ସୀତା ବାସ୍କେ ବୟସ ୩୬ ତାଙ୍କର ଦୁଇ ଝିଅ ବଡ଼ ଝିଅ ଲିଜା ବାସ୍କେ ବୟସ ୧୨ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସାନ ଝିଅ ଗାୟତ୍ରୀ ବାସ୍କେ ବୟସ ୯ ପଞ୍ଚମ ଶ୍ରେଣୀରେ ପାଠ ପଢୁଛି। ଗୋଟିଏ ପଟେ ସ୍ଵାମୀ ଟିବି ରୋଗରେ ପୀଡିତ ଥିବା ବେଳେ ଧର୍ମ ପତ୍ନୀଙ୍କ ଦେହ ସହିତ ମୁହଁ ପୁଡି ଯାଇଛି। ପରିବାର ଭିକ୍ଷା ବୃତ୍ତି କରି ଚଳୁଥାନ୍ତି। ଏହି ଘଟଣା ଟି ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଠାରେ ଗଢିଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ କୁ ଗ୍ରାମ ବାସିନ୍ଦା ଜଣାଇବା ପରେ ରଜ ପର୍ବ ଅବସରରେ ସଙ୍ଗଠନ ତରଫରୁ ଆର୍ଥିକ ସହାୟତା ଛଇହଜାର, କିଛି ମାସର ରେସନ ସାମଗ୍ରୀ, ପନିପରିବା, ମୁଢ଼ି,ଚାଉଳ କୁନି ପିଲା ମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ, ଆମ୍ବ,ପଣସ, ପରିବାର ପାଇଁ ନୂତନ ବସ୍ତ୍ର ଓ ଭଙ୍ଗା ଝାଟି ମାଟି କୁଡିଆ ଘରକୁ ଜରି ପାଲ ମଧ୍ୟ ପ୍ରଦାନ କରିଛନ୍ତି।ସତରେ ଏହି ଭାଇ ଭଉଣୀ ମାନଙ୍କର ମହାନତା ପଣିଆ ଆଜି ଜୀବନର ମୂଲ୍ୟ ବୋଧତାକୁ ବୁଝାଇ ଦେଉଛି ।

Post a Comment

Previous Post Next Post