ଯୁକ୍ତ ଦୁଇ କଳା ପରୀକ୍ଷାରେ ଜଳେଶ୍ୱର ବ୍ଲକ ଟପ୍ପର ହୋଇଥିବା ବଳରାମ ଦାସ ଭୂୟାଁଙ୍କୁ ସମ୍ବର୍ଦ୍ଧନା


ଜଳେଶ୍ୱର ୧୪/୬(ଜଗନ୍ନାଥ ଗୋଛୟତ) ଦୀର୍ଘ ବର୍ଷର ବ୍ୟବଧାନ ପରେ ରାଇବଣିଆ ଥାନା ଅନ୍ତର୍ଗତ ତେଘରି ଠାରେ ଥିବା ସାଧୁ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବଳରାମ ଦାସ ଭୂୟାଁ ନିକଟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ କଳା ପରୀକ୍ଷାରେ ସର୍ବମୋଟ ୬୦୦ ରୁ ୫୨୫ ମାର୍କ ରଖି ଜଳେଶ୍ୱର ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି।ସେ ଚମାରଗାଁ ପଂଚାୟତର ଘୋଳେଇ ଗ୍ରାମର ପଦ୍ମଲୋଚନ ଭୂୟାଁ ଓ ହେମାଙ୍ଗିନୀ ଭୂୟାଁଙ୍କ ପୁଅ ଓ ଭବିଷ୍ୟତରେ ଇଣ୍ଟିଗ୍ରେଟେଡ଼ ବି.ଇ.ଡ଼ି ପଢ଼ିବା ପରେ ଜଣେ ଶିକ୍ଷକ ହେବେ ବୋଲି ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ଓ ସ୍ବେଚ୍ଛାସେବୀ ସଙ୍ଗଠନ ବିଶ୍ୱାସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା।ବରିଷ୍ଠ ସାମ୍ବାଦିକ ସୁକୁମାର ରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ରୂପେ ସ୍ବେଚ୍ଛାସେବୀ ସଂଗଠନ ବିଶ୍ଵାସର ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ପରିଡ଼ା ଯୋଗଦେଇ ବଣ ମଲ୍ଲୀ ଯେପରି ବଣରେ ଫୁଟି ମଉଳି ଯାଏ,ତାର ସୁଗନ୍ଧ ଯେପରି କେହି ଜାଣି ପାରି ନ ଥାନ୍ତି, ଠିକ ସେହିପରି ଏହି ଅନୁଷ୍ଠାନରୁ ସଫଳତା ଲାଭ କରିଛନ୍ତି, ତାହା ସମଗ୍ର ଜଳେଶ୍ୱର ଅଞ୍ଚଳ ପାଇଁ ଏକ ଉଦାହରଣ ବୋଲି ସେ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ତନୁଜ କୁମାର ହୁଇ,ଅଧ୍ୟାପକ ସତ୍ୟମୟ ଆଚାର୍ଯ୍ୟ,ସୁଶାନ୍ତ କୁମାର ସାହୁ, ପ୍ରଭାକର ବଲ୍ଲଭ ଗୋସ୍ୱାମୀ, କୃତିତ୍ୱ ଲାଭ କରିଥିବା ଛାତ୍ର ବଳରାମ ଦାସ ଭୂୟାଁ, ତାଙ୍କର ପିତା ପଦ୍ମଲୋଚନ ଭୂୟାଁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ଟପ୍ପର ହୋଇଥିବା ଛାତ୍ର ବଳରାମ ଦାସ ଭୂୟାଁଙ୍କୁ ବିଶ୍ୱାସ ପକ୍ଷରୁ ଉତ୍ତରୀୟ ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରାଯାଇଥିଲା।ଶେଷରେ ଅଧ୍ୟାପକ ରାମ ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପକ୍ଷରୁ ସୁଶାନ୍ତ କୁମାର ଜେନା, ହରେକୃଷ୍ଣ କରଣ, ଶିଵବ୍ରତ ମଣ୍ଡଳ ,ରବୀନ୍ଦ୍ର କୁମାର ପାତ୍ର ଓ ବିଶ୍ୱାସ ପକ୍ଷରୁ ଚନ୍ଦନ କୁମାର ସାହୁ ଓ ମାନସ ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Post a Comment

Previous Post Next Post