ଜଳେଶ୍ୱର ୦୭/୦୬ (ଜଗନ୍ନାଥ ଗୋଛାୟତ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥର ରାଜଘାଟ ବାଇପାସ ନିକଟ ବନ ବିଭାଗ ନାକା ପଏଣ୍ଟ ନିକଟରୁ ଜଳେଶ୍ୱର ବନ ବିଭାଗ ଦ୍ୱାରା ୨୦୭ଟି କଇଁଛ ଜବତ କରିବା ସହିତ ଏକ ମାରୁତି ଅମିନି ଭ୍ୟାନକୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଅମିନିର ଡ୍ରାଇଭର ଫେରାର ହୋଇଯିବାରେ ସଫଳ ହୋଇଛି । ସୂଚନାନୁଯାୟୀ ମାରୁତି ଅମିନି ଭ୍ୟାନରେ ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବାର ଖବର କୈାଣସୀ ସୂତ୍ରରୁ ଜଳେଶ୍ୱର ବନ ବିଭାଗ ପାଇ ରାଜଘାଟ ନାକା ପଏଣ୍ଟ ନିକଟରେ ଚଢାଉ କରିଥିଲା । ଚଢଉ ସମୟରେ ୨୦୭ଟି କଇଁଛ ସହିତ ଏକ ଅମିନି ଭ୍ୟାନ ଗାଡି ଯାହାର ନଂ ଡବ୍ଲ୍ୟୁ.ବି ୩୦-ଆର-୭୮୦୨ କୁ ଜଣକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଓଡିଶାର ଧାମରା, ଚାନ୍ଦିପୁର ଓ ରେମୁଣା ଅଂଚଳରୁ ଏହି କଇଁଛ ଗୁଡିକ ପଶ୍ଚିମବଙ୍ଗକୁ ଯାଉଥିବାର ବହୁବାର ବନ ବିଭାଗ ପକ୍ଷରୁ ଧରା ପଡୁଥିବା ବେଳେ କଇଁଛ ଚୋରା ଚାଲାଣ ବନ୍ଦ ହେବାର ନା ଧରୁନାହିଁ କିମ୍ବା ଚୋରା ଚାଲାଣ କରୁଥିବା ମୁଖ୍ୟ ବେପାରୀ ଆଜିଯାଏ ବନ ବିଭାଗ ଦ୍ୱାରା ଧରା ପଡିନାହିଁ । ସବୁଥର ବେପାରୀମାନେ ଫେରାର ହେବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ଗତ ତା୭-୯-୨୨ ରିଖରେ ଏବଂ ତା୧୪-୧୦-୨୨ ରିଖରେ ମଧ୍ୟ ଜଳେଶ୍ୱର ବନ ବିଭାଗ ଦ୍ୱାରା ବହୁ ଚୋରାଚାଲାଣ ହେଉଥିବା କଇଁଛ ଧରା ପଡି ଉଦ୍ଧାର ହୋଇଥିବାର ଜଣାଯାଇଛି । ଏହି ଚଢାଉରେ ଜଳେଶ୍ୱର ରେଂଜର ଜୟଶ୍ରୀ ମୁର୍ମୁ, ଫରେଷ୍ଟର ଝାନସୀ ଭୂୟାଁ, ଫରେଷ୍ଟ ଗାର୍ଡ ରଂଜୀତା ବିଶ୍ୱାଳଙ୍କ ସହିତ ସବୁଜ ବାହିନୀର ସଂଜୀବ ସେନାପତି, ଶ୍ରୀମନ୍ତ ଘୋଷ ପ୍ରମୁଖ ସାମିଲ ଥିଲେ ।

Post a Comment