ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିରରୁ ୬୩ ୟୁନିଟ ରକ୍ତ ସଂଗୃହୀତ


ଜଳେଶ୍ୱର ୧୪/୬ (ଜଗନ୍ନାଥ ଗୋଛୟତ) ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ଜଳେଶ୍ଵର ସ୍ଥିତ ମୂରଲୀ କଲ୍ୟାଣ ମଣ୍ଡପ ପରିସରରେ ରୋଟାରୀ କ୍ଲବ ଅଫ ଜଳେଶ୍ଵର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।କ୍ଲବର ସଭାପତି ଡ଼ଃ ଦୀପ୍ତିମୟି ମହାପାତ୍ର, ସମ୍ପାଦକ ସତ୍ୟନାରାୟଣ ସିଂହଙ୍କ ଉପସ୍ଥିତିରେ ଶିବିର ଆରମ୍ଭ ହୋଇ ଥିବା ବେଳେ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ମହେଶ କୁମାର ବିଶ୍ବାଳଙ୍କ ଆକସ୍ମିକ ବିୟୋଗ ପାଇଁ ସମସ୍ତ ରୋଟାରୀଆନ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। କ୍ଲବର ପୂର୍ବତନ ସଭାପତି ରାଜେଶ ଖଟୁଆଙ୍କ ଜନ୍ମ ଦିନ ଅବସରରେ ସୁବ୍ରତ କୁମାର ରଣା,ଦୀପକ କୁମାର ସାହୁ,ତାରାପଦ ମହାନ୍ତି, ବିକାଶ କୁମାର ଧଳ,ପ୍ରଦୀପ କୁମାର ବେହେରା,ସୈ।ମ୍ଯ ସାଗର କାମିଳା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ମୋଟ ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Post a Comment

Previous Post Next Post