କଟୁଳପଡା ଗାଁରେ ପାଣି ପାଇଁ ଲୋକେ ଡହକ ବିକଳ : ଶୀଘ୍ର ପାଣି ଯୋଗାଇଦେବା ପାଇଁ ଗ୍ରାମବାସୀ ନେତା ମନ୍ତ୍ରୀ ଓ ପ୍ରଶାସନ କୁ ଗୁହାରି କରିଛନ୍ତି


ଭବାନୀପାଟଣା ୧୯/୦୬ (ଶ୍ୟାମସୁନ୍ଦର ମାଝୀ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତ ଅଧିନରେ ଥିବା କଟୁଳପଡା ଗାଁ ଏକ ପାହାଡ ଘେରା ଅନୁନ୍ନତ ଆଦିବାସୀ ଅଞ୍ଚଳ, ସମ୍ପୁର୍ଣ୍ଣ ଆଦିବାସୀ ଲୋକ ହିଁ ବସବାସ କରୁଛନ୍ତି, ସେହି ଗାଁ ରେ ଆନୁମାନିକ ଦୁଇଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି,ନା ସ୍କୁଲ ନା ଅଙ୍ଗନବାଡ଼ି କେନ୍ଦ୍ର, ଶିକ୍ଷାର ବିକାଶ ନା ସ୍ୱାସ୍ଥ୍ୟ ସେବା ର ସୁବିଧା, ଗ୍ରୀଷ୍ମ ଋତୁ ଆସିଲେ ସେହି ଗାଁ ର ଲୋକ ପାଣି ଟୋପାଏ ପାଇଁ ଡହଳବିକଳ ହେବାକୁ ଲାଗି ପଡନ୍ତି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ନାଳ ନର୍ଦ୍ଦମା କୂଅ ପୋଖରୀ ସୁଖି ଯାଇଥାଏ, ନଳକୂପ ଅଛି ହେଲେ ପାଣି ବାହାରୁ ନାହିଁ, ଏହି ସମସ୍ୟା ରେ ସେମାନେ ସଂଘର୍ଷ କରି ଜୀବନ ନିର୍ବାହ କରୁଛନ୍ତି । ଅଧା କିଲୋମିଟର ଦୂରରେ ଏକ ଜଳ ଶୂନ୍ୟ ପୋଖରୀ ଅଛି ସେହି ପୋଖରୀରେ ଛୋଟ ବାଳିକୂପ ଖୋଲି ପାଣି ନେଉଛନ୍ତି । ଏହି ବାଳିକୂପ, ଏହି ବାଳିକୂପର ଭରସା କରୁଛନ୍ତି ଏହି ଗ୍ରାମ ବାସୀ, ପାଣି ନ ପାଇ ମରଣ ସହିତ କି ଭଳି ସଂଘର୍ଷ କରୁଛନ୍ତି । ଜଳ ର ସୁବିଧା କେବେ ମିଳିବ ଚିନ୍ତାରେ ଅଛନ୍ତି ଏହି ନୀରିହ ଆଦିବାସୀ ଲୋକ ମାନେ, ଯଦି ଏହି ବାଳିକୂପ ସୁଖି ଯାଏ ଏମାନଙ୍କର କି ଅବସ୍ଥା ହେବ,ଏହି ଗୋଳିଆ ପାଣି ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରିଛନ୍ତି । ଏହି ନୀରିହ ଆଦିବାସୀ ଲୋକ ଙ୍କ ଉପରେ କେବେ ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ଜଳର ସମସ୍ୟା ସମାଧାନ ହେବ ଅପେକ୍ଷାରେ ଗ୍ରାମ ବାସୀଅଛନ୍ତି ଓ ନେତା ମନ୍ତ୍ରୀ ପ୍ରଶାସନ କୁ ଗୁହାରି କରିଛନ୍ତି ।

Post a Comment

Previous Post Next Post