ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ସିନ୍ଧେକେଲା ଶାଖା ପକ୍ଷରୁ ମେଗା ରକ୍ତଦାନ ଶିବିର


କଣ୍ଟାବାଞ୍ଜି/ସିନ୍ଧେକେଲା (ଆଜତକ୍ ଓଡ଼ିଶା) ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ସିନ୍ଧେକେଲା ଶାଖା ପକ୍ଷରୁ ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନ ଠାରେ ବିଶ୍ୱ ରକ୍ତଦାନ ଦିବସ ଅବସରରେ ମେଗା ରକ୍ତଦାନ ଶିବିର ଗତକାଲି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ନମସ୍କାର ମହାମନ୍ତ୍ର ର ସାମୁହିକ ଉଚ୍ଚାରଣ ସହ କାର୍ଯ୍ୟକ୍ରମ ସୁଭାରମ୍ଭ କରାଯାଇଥିଲା । ଯୁବାମଞ୍ଚ ସଭାପତି ଅମିତ ଜୈନଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିର ରେ ଭୀଷଣ ଗରମ ଥିବା ସତ୍ତ୍ୱେ ମୋଟ ୬୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମ ରେ ବିଶେଷ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା ବେହେରା , ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା , ଥାନାଧିକାରୀ ବି.ରୁଦ୍ରୀଆ , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା: ନନ୍ଦିତା ଜୈନ , ହୋମିଓପ୍ୟାଥିକ ଡା: ସୋହନ ଲାଲ ଅଗ୍ରୱାଲ , ପଲାସ କୁମାର ବିଶ୍ୱାସ , ଓଡିଶା ପ୍ରାନ୍ତୀୟ ସଭା ଅଧ୍ୟକ୍ଷ ମୁକେଶ ଜୈନ , କୁଡ଼ସୁଡ଼ ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଗୋବିନ୍ଦ ଅଗ୍ରୱାଲ , ସିନ୍ଧେକେଲା ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ , ସମ୍ପାଦକ ସୁନିଲ ଜୈନ , ଛବିଳ ଦାସ ଫିଳିଙ୍ଗ ଷ୍ଟେସନ ର ମାଲିକ ମୁକେଶ ଜୈନ , ସାମ୍ବାଦିକ ଅନିଲ ତ୍ରିପାଠୀ ଓ ଦିନେଶ ଜୈନ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।


ଛବିଳ ଦାସ ଫିଳିଙ୍ଗ ଷ୍ଟେସନର ମାଲିକ ମୁକେଶ ଜୈନ ପକ୍ଷରୁ ସମସ୍ତ ରକ୍ତଦାତା ମାନଙ୍କୁ ତଥା ଅତିଥି ମାନଙ୍କୁ ସ୍ମୃତିଚିହ୍ନ ପ୍ରଦାନ ତଥା ଯୁବାମଞ୍ଚ ପକ୍ଷରୁ ଗାମୁଛା ଓଢାଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସିନ୍ଧେକେଲା ଥାନାଧିକାରୀ ଓ ତାଙ୍କ ସହଧର୍ମିଣୀ, ଗୋବିନ୍ଦ ଅଗ୍ରୱାଲ , ପୂର୍ବତନ ଶିକ୍ଷାବିତ କରୁଣା ପଣ୍ଡା ପ୍ରମୁଖ ରକ୍ତଦାନ କରି ଶିବିର ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯୁବାମଞ୍ଚ ସଭାପତି ଅମିତ ଜୈନ ସମେତ ସମ୍ପାଦକ ତପନ ଜୈନ , କୋଷାଧ୍ୟକ୍ଷ ଆକାଶ ଜୈନ , ସଂଯୋଜକ ବଣ୍ଟି ଜୈନ , ସହ ସଂଯୋଜକ କହ୍ନେୟା ଜୈନ , ପୂର୍ବତନ ସଭାପତି ମନୋଜ ଜୈନ , ମାମରାଜ ଜୈନ , ପୂର୍ବତନ ସମ୍ପାଦକ ମନୋଜ ଗର୍ଗ , ଡାଲଚନ୍ଦ ଜୈନ , ବାବୁଲାଲ ଜୈନ , ଶିତେଶ ଜୈନ , ବବଲୁ ଜୈନ , ବୁଲୁ ଜୈନ , ଧିରଜ ଜୈନ , କିଶୋର ଜୈନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ରକ୍ତ ଭଣ୍ଡାର ଗୃହରୁ ଡା: କୃଷ୍ଣଚନ୍ଦ୍ର ପାଳ , ଗଜେନ୍ଦ୍ର ନାଥ ରାଉତ , ଜୟରାମ ମଛଖଣ୍ଡ , ଅଫିସର ସାହୁ , ସରୋଜ କୁମାର ସେଲମା ପ୍ରମୁଖ ଯୋଗଦେଇ ରକ୍ତ ସଂଗୃହିତ କରିବାରେ ସହଯୋଗ କରିଥିଲେ ।


Post a Comment

Previous Post Next Post