କଣ୍ଟାମାଳ ( ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁଚାଙ୍ଗି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏହି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଣ୍ଟାମାଳ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଦୀର୍ଘ ଦୁଇ ମାସ ହେବ ଖାଦ୍ୟ ଅନ୍ୱେଷଣରେ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ଏପରିକି ହାତୀର ଗତିବିଧି ବାବଦରେ ସ୍ଥାନୀୟ ବାସିନ୍ଦା ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ହେଲେ ବିଭାଗୀୟ କର୍ମଚାରୀ ଠିକ୍ ସମୟରେ ପହଞ୍ଚି ନ ଥିଲେ । କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ କିଛି ଦିନ ହେବ ୧୨ ଟିକିଆ ହାତୀପଲ ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ଅଭିଯୋଗ ହୋଇଥିଲା । ହାତୀ ପଲର ଗତିବିଧି ଉପରେ ବନ ବିଭାଗ କୋଉଠି ନା କୋଉଠି ସଠିକ ଭାବରେ ନଜର ରଖୁ ନ ଥିବା ବେଳେ ହାତୀ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଅତି ନିମ୍ନରେ ବିଦ୍ୟୁତ୍ ତାର ଥିବା ସତ୍ତ୍ବେ ମଧ୍ୟ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଗଲା ନାହିଁ କାହିଁକି । ବନ ବିଭାଗ ପକ୍ଷରୁ ବିଦ୍ୟୁତ୍ ବିଭାଗକୁ ଖବର ଦିଆ ଯାଇଥିଲା ନା ନାହିଁ । ଯଦି ଖବର ଦିଆ ଯାଇଥିଲା ତାହା ହେଲେ ବିଦ୍ୟୁତ ବିଭାଗ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଗଲା ନାହିଁ କାହିଁକି । ଉଭୟ ବିଭାଗ ପରଷ୍ପର ମଧ୍ୟରେ ଦୋଷ ଲଦାଲଦୀ ହେଉଥିବା ବେଳେ ହାତୀର ମୃତ୍ୟୁ ପାଇଁ ଦାୟୀ କିଏ | ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Post a Comment