ଖଡ଼ିଆଳ : (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚଚରା ଭଟା ଗ୍ରାମରେ କଳା ଓ ସଂସ୍କୃତି ସଂଘ ତରଫରୁ, ଖାସବାହାଲ ଓ ଦୋହେଲ ପଡା ଗ୍ରାମ ପଞ୍ଚାୟତ ସ୍ତରୀୟ କଳାକାର ଚୟନ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଳାକାର କବିରାଜ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। କଳା ଓ ସଂସ୍କୃତିର ବିକାଶ ହେଲେ ଗୋଟିଏ ଅଞ୍ଚଳର ଗୌରବ ବୃଦ୍ଧି ପାଇଥାଏ ବୋଲି ସେ କହିବା ସହ ବିଧାୟକ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଏକ କଳାକାର ଭବନ ନିର୍ମାଣ ପାଇଁ ସେ ଘୋଷଣା କରିଥିଲେ। ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ-ସଭାପତି ଅର୍ଜ୍ଜୁନ ଛତ୍ରିଆ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଲୋକକଳାର ଉନ୍ନତି ପାଇଁ ସରକାର ନେଉ ଥିବା ବିଭିନ୍ନ ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ଯଥେଷ୍ଟ ନୁହେଁ, ତେଣୁ ସାଂସ୍କୃତିକ ଦଳ ସବୁକୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ସହ ଯୋଗ୍ୟ ବିବେଚିତ କଳାକାର ମାନଙ୍କୁ ଭତ୍ତା ଯୋଗାଇ ଦେବାକୁ ଦାବି କରିଥିଲେ।
ପଞ୍ଚାୟତ ସ୍ତରୀୟ କଳାକାର ଚୟନ ପର୍ବ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment